Spread the love

25ତମ ଚିଚୋଳି ଧନୁଯାତ୍ରା ମହୋତ୍ସବର ଦ୍ଵିତୀୟ ଦିନ ରେ ମଥୁରା ନଗରୀ କାରାଗାର ରେ କୃଷ୍ଣ ଙ୍କ ଜନ୍ମ

।
###############
ଅମ୍ବାଭୋନା 28/01/2023 ଚିଚୋଳି ଧନୁଯାତ୍ରା ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ରେ ମଥୁରା ନଗରୀ ର କାରାଗାର ରେ ଶ୍ରୀ କୃଷ୍ଣ ଙ୍କ ଜନ୍ମ, ଶ୍ରୀ କୃଷ୍ଣ ଙ୍କୁ ବସୁଦେବ ଜମୁନା ନଈ ଦେଇ ଗୋପପୁର କୁ ଯାତ୍ରାକରି ବିଜୁଳି କନ୍ୟା ସହ ମଥୁରା କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୈବବାଣୀ ,ପୁତନା ସୁନ୍ଦରୀ କୁ ଗୋପପୁର ଯିବା ପାଇଁ ଆହ୍ବାନ ଆଦି ଦୃଶ୍ୟ ଅଭିନୀତ ହୋଇଛି। ବାରମ୍ବାର ଦୈବବାଣୀ….ରେ କଂସ ମର୍ମାହତ,ତୋତେ ବଧିବ ଯିଏ, ଗୋପପୁରେ ବଢୁଛି ସିଏ ,, କଂସ ଙ୍କ କାନରେ ପ୍ରତିଧ୍ବନିତ ହୋଇଛି । ଦେବକୀ ଙ୍କ ଅଷ୍ଟମ ଗର୍ଭ ର ସନ୍ତାନ କଂସ ଙ୍କ ମୃତ୍ୟୁ ର କାରଣ । ତେଣୁ ବନ୍ଦୀ କାରାଗାର ରେ ଦେବକୀ ବସୁଦେବ ଙ୍କୁ ରଖି ତାଙ୍କ ଜନ୍ମିତ ଶିଶୁ ଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରିଚାଲିଛି ପାପାଚାରୀ କଂସ ।ଦୈବବାଣୀ କଂସ ଙ୍କୁ ଭୟଭୀତ କରିଛି । ପୁତନା ରାକ୍ଷସୀ ଙ୍କୁ କୃଷ୍ଣ ଙ୍କୁ ନିହତ କରିବାକୁ ଆହ୍ବାନ କରିଥିଲେ କଂସ । ଇନ୍ଦ୍ର,ବରୁଣ,ବ୍ରହ୍ମା,ବିଷ୍ଣୁ ,କୁବେର ଆଦି ଦେବତା ମଣ୍ଡଳୀ ଙ୍କ ର ଆୟୋଜିତ ସଭା ଦେଖିବାକୁ ମିଳିଥିଲା।ଚିଚୋଳି ଗ୍ରାମ ର କୁମ୍ଭାରପଡ଼ା ମଥୁରା ନଗରୀ ପାଲଟି ଥିବା ବେଳେ ସ୍କୁଲପଡା ଗୋପନଗରୀ ପାଳଟିଛି। ନୁଆ ବନ୍ଧ ଜମୁନା ନଈ ସାଜିଛି ।ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମୁଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅମ୍ବାଭୋନା ପୋଲିସ୍ ମୁତୟନ କରାଯାଇଛି । କଂସ ଭୂମିକାରେ ଗୋପାଳ ପଣ୍ଡା,ଚାଣ୍ଡୁର ପୂର୍ଣ୍ଣାନନ୍ଦ ସାହୁ ମୁଷ୍ଟିକ ରିଙ୍କୁ ସାହୁ , ପୁତନା ଭୁମିକାରେ
କ୍ଷିରସାଗର ସାହୁ ଅଭିନୟ କରିଛନ୍ତି। ଧନୁଯାତ୍ରା କୁ ଅଧିକ ଆକର୍ଷିତ କରାଯିବାକୁ ମୀନା ବଜାର, ବିଜୁଳି ଦୋଲି, ଚାଟ୍, ଗୁପଚୁପ ପସରା ଖୋଲାଯାଇଛି। ରାଜଦରବାରରେ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଛି ‌।ନର୍ତ୍ତକୀ ମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି । ଚିଚୋଲି ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *