Spread the love

25ତମ ଚିଚୋଳି ଧନୁଯାତ୍ରା ମହୋତ୍ସବ ଉଦଘାଟିତ ।ଚିଚୋଳି ଧନୁଯାତ୍ରା ମହୋତ୍ସବ ର ରୋପ୍ଯ ଜୟନ୍ତୀ ସମାରୋହ

। ମଥୁରା ରେ ଉଗ୍ରସେନ ମହାରାଜା ଙ୍କ ରାଜଭିଷେକ ।
**********************
-27/01/23—ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଚିଚୋଳି ଗ୍ରାମ ରେ 7ଦିନ ଧରି ହେବାକୁ ଥିବା 25 ତମ ଧନୁଯାତ୍ରା ମହୋତ୍ସବ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି। ଧନୁଯାତ୍ରା ର ରୋପ୍ଯ ଜୟନ୍ତୀ ସମାରୋହ ରେ ମଥୁରା ନଗରୀ ରେ ଉଦଘାଟନ ସମାରୋହରେ ଅମ୍ବାଭୋନା ଥାନାର ଏସ୍ ଆଇ ଟି.ଡି. ନାୟକ,ଭୁକ୍ତା ସରପଂଚ ବଲରାମ ବିସର୍,ଦୁଆରୀ ସରପଂଚ ଜ୍ଞାନ ରଞ୍ଜନ ଭୋଇ, ଏବଂ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।ଉଗ୍ରସେନ ମହାରାଜା ଙ୍କର ରାଜଭିଷେକ, ଦେବକୀ ସହିତ ବସୁଦେବ ଙ୍କ ବିବାହ, ଯୁବରାଜ କଂସ ଙ୍କୁ ଦୈବବାଣୀ,ପରେ ପରେ ଉଗ୍ରସେନ ଙ୍କୁ ଗାଦିଚ୍ୟୁତ କରି କଂସ ମହାରାଜାଙ୍କର ସିଂହାସନ ଆରୋହଣ, ଦେବକୀ ବସୁଦେବ ଙ୍କୁ ବନ୍ଦୀ କରି କାରାଗାର ରେ ପ୍ରେରଣ ଆଦି ଦୃଶ୍ୟ ଅଭିନୀତ ହୋଇଯାଇଛି ।ଚିଚୋଳି ଗ୍ରାମ ର କୁମ୍ଭାରପଡ଼ା ,ମଥୁରା ନଗରୀ ପାଲଟି ଥିବା ବେଳେ ସ୍କୁଲପଡା ଗୋପନଗରୀ ପାଳଟିଛି। ଧନୁଯାତ୍ରା ମସୋତ୍ସବ ପାଇଁ ଗଠିତ କମିଟି ର ସଭାପତି ଦୀନମଣୀ ସା, ଉପସଭାପତି ବଳରାମ ସା, ସଂପାଦକ କିଶୋର କୁମାର ସାହୁ, କୋଷାଧ୍ୟକ୍ଷ ଶିବ ପ୍ରସାଦ ଭୋଇ,ସହକୋଷାଧ୍ଯକ୍ଷ ଗଣନାଥ ପ୍ରଧାନ, ଏବଂ ସଭ୍ଯ ଭାବେ ଦୀନମଣି ପଧାନ, ଆଶିଷ ପାଣ୍ଡେ,ତ୍ରୀନାଥ ପ୍ରଧାନ, ବୈକୁଣ୍ଠ ପଧାନ, ରଘୁନାଥ ସା, ଜ୍ୟୋତିସ ଚନ୍ଦ୍ର ପଧାନ,ତେଜରାମ ସାହୁ, ଘନଶ୍ୟାମ ପଧାନ, ସଦାଶିବ ବୈଗା,ଅମରଲାଲ୍ ସା ,ଶିଶୁପାଲ ସାହୁ ପ୍ରମୁଖ ରହିଛନ୍ତି । ଧନୁଯାତ୍ରା ମହୋତ୍ସବ ରେ ଏହି ଅବସରରେ କଳାକାର ମାନଙ୍କୁ ସମ୍ମାନୀତ କରିଥିଲେ। ଉଗ୍ରସେନ ଭୁମିକାରେ ମନୋହର ପଧାନ, ମନ୍ତ୍ରୀ ତଥା ଅକୃର ଭୁମିକାରେ କବି ଗହୀର, ବସୁଦେବ ଭୁମିକାରେ ତୁଲାରାମ ଭୁଜ, ମହାରାଜ କଂସ ଙ୍କ ଭୁମିକାରେ ଗୋପାଳ ପଣ୍ଡା,ଚାଣ୍ଡୁର ପୂର୍ଣ୍ଣାନନ୍ଦ ସାହୁ ମୁଷ୍ଟିକ ରିଙ୍କୁ ସାହୁ ଅଭିନୟ କରିଛନ୍ତି। ଧନୁଯାତ୍ରା କୁ ଅଧିକ ଆକର୍ଷିତ କରାଯିବାକୁ ମୀନା ବଜାର, ବିଜୁଳି ଦୋଲି, ଚାର୍ଟ ଗୁପଚୁପ ପସରା ଖୋଲାଯାଇଛି। ରାଜଦରବାରରେ ନର୍ତ୍ତକୀ ମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି । ଚିଚୋଲି ଧନୁଯାତ୍ରା ମହୋତ୍ସବ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *