Spread the love

ଅସାରାଏ ବର୍ଷାରେ କୁମ୍ଭେଶ୍ୱରୀ ମନ୍ଦିରରେ ଆଣ୍ଠୁଏ ଆଣ୍ଠୁଏ ପାଣି


ତାଳଚେର, ୦୯/୦୮ ତାଳଚେର ପୌରପରିଷଦ ଅନ୍ତର୍ଗତ ସାପ୍ତାହିକ ଶନିବାର ହାଟ ରାସ୍ତା କଡ଼ରେ ଦୀର୍ଘବର୍ଷ ହେବ ପୂଜା ପାଇ ଆସୁଥିବା ମା’କୁମ୍ଭେଶ୍ୱରୀ ମନ୍ଦିରରେ ଅସାରାଏ ବର୍ଷାରେ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବା ଦେଖାଯାଇଛି । ଏହି ମନ୍ଦିରକୁ ନିତ୍ୟ ନୈମିତ୍ୟ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଯାଉଥିବାରୁ ମନ୍ଦିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବା ଦେଖି ଦୁଃଖ ପ୍ରକାଶ କରିବା ସହ ତାଳଚେର ଅଂଚଳରେ ଯଦି ଏପରି ଅବସ୍ଥା ଉପୁଜେ ତେବେ ଗ୍ରାମାଚଂଳର ଦଶା କ’ଣ ହେଉଥିବ ତାହା ଏଥିରୁ ଜଣାପଡ଼େ । ଏହାର ପୂଜକ ମା’ଙ୍କ ନିକଟକୁ ଯାଇ ନପାରି ବାହେରେ ଧୂପଦୀପ ନୈବେଦ୍ୟ ଦେଇ ପୂଜାପାଠ କରିଥାନ୍ତି । ମନ୍ଦିର ମଧ୍ୟରୁ ଜଳନିଷ୍କାସନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ମନ୍ଦିରରୁ ଏହା ସମ୍ଭବ ହେଉ ନାହିଁ ବୋଲି ସେ ଏହା ପ୍ରକାଶ କରିଛନ୍ତି । ତେବେ ପୂର୍ବ ରାଜ୍ୟ ସରକାର ଓଡ଼ିଶାରେ ରହିଥିବା କୋଣଅନୁକୋଣରେ ଥିବା ମନ୍ଦିର ଗୁଡ଼ିକ ଉନ୍ନତିନେଇ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ରାଜ୍ୟ ସରକାର ତାଳଚେର ଅଂଚଳରେ ଅବହେଳିତ ହୋଇ ପଡ଼ି ରହିଥିବା ତାଳଚେର ଅଧିଷ୍ଠାତ୍ରୀ ଦେବୀ ହିଙ୍ଗୁଳା ମନ୍ଦିର ଠାରୁ ଆରମ୍ଭ କରି ଜଗନ୍ନାଥମନ୍ଦିର, ପଶ୍ଚିମେଶ୍ୱର, ତାଳଚେର ଅଧିଷ୍ଠାତ୍ରୀ ଦେବୀ ତାଳେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଗୁଡ଼ିକର ପୁନରୁଉଦ୍ଧାର କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *