Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

୫୦ବର୍ଷୀୟ ବିଧବାଙ୍କୁ ଗଣବଳାତ୍କାର

 

ଜେ. ବି. ଏନ୍ (୧୦/୦୧ /୨୦୨୧)

: ଉତ୍ତରପ୍ରଦେଶର ବାଦାଉଁ ଗଣବଳାତ୍କାରେ ଓ ହତ୍ୟା ଘଟଣା ସମ୍ପର୍କରେ ଚର୍ଚ୍ଚା ଥମି ନ ଥିବାବେଳେ ଝାଡ଼ଖଣ୍ଡରେ ଜଣେ ୫୦ବର୍ଷ ବୟସ୍କା ବିଧବାଙ୍କୁ ଗଣବଳାତ୍କାର କରାଯାଇଛି। ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ରାତିରେ ଘରୁ ବାହାରକୁ ଶୌଚ ହେବାକୁ ଯାଇଥିବା ସମ୍ପୃକ୍ତ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଟେକି ନେଇ ବଳାତ୍କାର କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ। ଅଭିଯୁକ୍ତମାନେ ବଳାତ୍କାର ସମ୍ପର୍କରେ କାହାକୁ ଜଣାଇଲେ ପରିସ୍ଥିତି ଭୟାବହ ହେବ ବୋଲି ତାଙ୍କୁ ଧମକ ଦେଇ ପଳାଇ ଯାଇଥିଲେ। ମହିଳା ଜଣଙ୍କ ଘରକୁ ଫେରିବାରେ ବିଳମ୍ବ ଘଟିବାରୁ ପରିବାର ଲୋକେ ତାଙ୍କୁ ଆଖପାଖ ଅଞ୍ଚଳରେ ଖୋଜିଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହଣ୍ଟରଗଞ୍ଜ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟଜନକ ଥିବାରୁ ତାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗୁରୁତର ଅସୁସ୍ଥ ସମ୍ପୃକ୍ତ ମହିଳା ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ପୁଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଥିବା ପ୍ରକାଶ। ନିକଟ ଅତୀତରେ ଜଣେ ୩୫ବର୍ଷୀୟାଙ୍କୁ ୧୭ଜଣ ମଦ୍ୟପ ବଳାତ୍କାର କରିବା ଘଟଣା କେବଳ ଝାଡ଼ଖଣ୍ଡ ନୁହେଁ; ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।