ଚଳିତ ବର୍ଷ ଭୀମକୁଣ୍ଡ ମକର ମେଳା ଉପରେ ରୋକ୍ ଲଗାଇଲା ପ୍ରଶାସନ

ଜେ. ବି. ଏନ୍ (୧୧/୦୧ /୨୦୨୧),
ପାଟଣା: ଚଳିତ ବର୍ଷ ଭୀମକୁଣ୍ଡ ମକର ମେଳା ଉପରେ ରୋକ୍ ଲଗାଇଛନ୍ତି ପ୍ରଶାସନ। ଭୀମକୁଣ୍ଡରେ ଦୋକାନ ବଜାର ବସିବ ନାହିଁ , ସାଇକେଲ ଅଥବା ଯାନବାହାନ ଷ୍ଟାଣ୍ଡ ମଧ୍ୟ ନିଲାମ କରାଯିବ ନାହିଁ। କେବଳ ପୂଜାବିଧି ହେବ। ମନା ନମାନି ଆସିଥିବା ପର୍ୟ୍ୟଟକ ଙ୍କ ଉପରେ ଘଟଗାଁ ପୁଲିସ ଓ ପାଟଣା ଅଗ୍ନିଶମ ବିଭାଗ ସତର୍କ ଦୃଷ୍ଟି ରଖିବ ବୋଲି ଆଜି ପାଟଣା ବ୍ଲକ୍ ସଭା ଗୃହରେ ଅନୁଷ୍ଠିତ ଭୀମକୁଣ୍ଡ ଉନ୍ନୟନ ସମିତି ବୈଠକ ରେ ନିଷ୍ପତି ହୋଇଛି। ବୈଠକରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପାଟଣା ବ୍ଲକ୍ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ , ପାଟଣା ବି.ଡି.ଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ୍ ଜି.ପି.ଓ ରଶ୍ମିରେଖା ମହାନ୍ତି , ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଇଂ ସୁବୋଧ କୁମାର ମଣ୍ଡଳ , ଡୁମୁରିଆ ପଞ୍ଚାୟତ ଦମୟନ୍ତୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତି ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିବା ଏହି ବୈଠକରେ ଚଳିତ ବର୍ଷ ଭିଡ଼ ଏଡ଼ାଇବା ଓ କୋଭିଡ କଟକଣାକୁ ମାନି ମକର ମେଳା ଉପରେ ରୋକ୍ ଲଗାଇଛନ୍ତି।



