ଢେଙ୍କାନାଳ ପୋଲିସ କୁ ବଡ ସଫଳତା ଏଟିଏମ ଲୁଟ ମୁଖ୍ୟ ଅଭିଯୁକ୍ତ ଗିରଫ୍

(ଜେ ବି ଏନ /ସୁଶାନ୍ତ କୁମାର), ୧୫/୦୧/୨୦୨୧, ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅନ୍ତର୍ଗତ ନିମବାହାଳି ଛକ ଏଟିଏମ୍ ଚୋରି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗିରଫ କରି କୋର୍ଟଚାଲାଣ କରିଛି । ଡିସେମ୍ବର ତା ୧୪ /୧୨/୨୦୨୦ ରିଖ ରାତିରେ ନିମବାହାଳି ଛକ ନିକଟରେ ଥିବା ଏଟିଏମ୍ ଚୋରି ଘଟଣାରେ ପୋଲିସ ବାଲେଶ୍ବରରୁ ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତି ନାମରେ ପୂର୍ବରୁ ଭୁବନେଶ୍ବର , ବାଲେଶ୍ବର ଓ ଭଦ୍ରକରେ ଏକାଧିକ

ମାମଲା ରହିଛି । ଅଭିଯୁକ୍ତ ନିକଟରୁ ପୋଲିସ୍ ୫ ଲକ୍ଷ ୮୨ ହଜାର ଟଙ୍କା , ଛଅ ଟି ମୋବାଇଲ , ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବୋଲି ଢେଙ୍କାନାଳ ଜିଲ୍ଲା ଏସପି କେ ଶିବା ସୁବ୍ରମଣି ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମୁଖ୍ୟ ଅଭିଯୁକ୍ତ କୁ ୬ ଜଣ କୋର୍ଟ ଚାଲାଣ କରାଯାଇଛି ।




