ଆଜି ଠାରୁ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଙ୍ଗ ଭ୍ୟାନ

ଜେ ବି ଏନ, ୦୨ /୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନଗୁଳ ଜିଲ୍ଲା ଜାତୀୟ ରାଜପଥ ଅଧିକ ସଚେତନତା ଓ ସୁବିଧା କୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭଡ଼ିଓ କନ୍ଫରେସିଙ୍ଗ ଦ୍ୱାରା ହାଇୱେ ପେଟ୍ରୋଲିଙ୍ଗ ଭ୍ୟାନ ର ଶୁଭାରମ୍ଭ କରାଯାଇଛି l ଅନଗୁଳ ଥାନା ଠାରୁ ଆରମ୍ଭ କରି ଜରପଡା ଥାନା ପର୍ଯ୍ୟନ୍ତ ଏକ ପେଟ୍ରୋଲିଙ୍ଗ ଭ୍ୟାନ ର ସୁଭ ଉଦଘାଟନ ହୋଇଯାଇଛି ଏହାର ମୁଖ୍ୟ ଉଦେଶ୍ୟ ରାଜପଥ ଅବରୋଧ ହଟେଇ ବା , ଦୁର୍ଘଟଣା ଜନିତ ସମସ୍ୟା ର ତୁରନ୍ତ ସମାଧାନ ,କିମ୍ବା କୌଣସି କ୍ରିମିନାଲ ଆକ୍ଟିଭିତି କୁ ସ୍ଥାନୀୟ ଥାନା ସହଯୋଗ ରେ ଜଗିବା ଇତ୍ୟାଦି ଏଥିରେ ତିନିଜଣ ଅଫିସର ୮ ଆଠ ଘଣ୍ଟା ବ୍ୟବଧାନ ରେ ଡିଉଟି ରେ ରହିବେ ତାଙ୍କ ସହିତ ଦୁଇ ଜଣ ହୋମ ଗାର୍ଡ ରହିବେ ।



