୨ ଦିନ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ : ନିଷ୍ପତ୍ତି ନେଲେ ଗଣଶିକ୍ଷା ମନ୍ତ୍ରୀ

ଜେ ବି ଏନ, ୧୪/୦୨ /୨୦୨୧, ଭୁବନେଶ୍ବର : କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଆସନ୍ତାକାଲି ପେଟ୍ରୋଲ , ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି । କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି । ତେବେ ଏହି ସମୟରେ ମେଡିସିନ ଦୋକାନ ଓ ଜରୁରୀକାଳୀନ ସେବାକୁ ବନ୍ଦ ରୁ ବାଦ ଦିଆଯିବ ବୋଲି ଘୋଷଣା କରାଯାଇଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)


