Spread the love

( ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

)
ଜଗତସିଂହପୁର
ତା =8/2/23
ଜଗତସିଂହପୁର ଜ଼ିଲ୍ଲା ଜଳ ସେଚନ ବିଭାଗ ପରିସରରେ ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ ହୋଇଯାଇଛି | ନିରୀକ୍ଷଣ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପ୍ରଦୀପ ପ୍ରଯ୍ୟଳନ କରି ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ମୁଖ୍ୟ ବକ୍ତା ବିଧାନସଭା ମୁଖ୍ୟ ସଚେତକ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ, ଉପାଧ୍ୟାକ୍ଷା ସୁଜାତା ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଜୀବନଜିତ ସେନ, ନାବାଡ଼ ଜେନେରାଲ ମ୍ୟାନେଜର ବିଶ୍ୱ ଭୂଷଣ, ତ୍ରିତୋଲ ବ୍ଲକ ଅଧକ୍ଷ୍ୟ ମନୋଜ ବେହେରା ପ୍ରମୁଖ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ର କାର୍ଯ୍ୟକାରିତା ଉପରେ ସରକାର ଙ୍କ ଆଭିମୁଖ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏହା ପରେ ମୁଖ୍ୟ ଅତିଥି ଶ୍ରେଷ୍ଠ ପାଣିପଞ୍ଚାୟତ କୁ ପୁରସ୍କୃତ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *