Spread the love

ଟ୍ରକ୍ କାର ମୁହାମୁହିଁ ଦୁର୍ଘଟଣା : ଚାଳକ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଛକ ୫୫ନମ୍ବର ଜାତୀୟ ରାଜପଥ ରେ ଟ୍ରକ୍ ଓ କାର ମୁହାମୁହିଁ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ନୂଆହତା ଛକ ୫୫ନମ୍ବର ଜାତୀୟ ରାଜପଥ ରେ କଣ୍ଟା ବଣିଆ ପାଖରୁ ଆସୁଥିବା ଏକ କାର୍ OD 02 D 2585 ଓ ବଅଁରପାଳ ଥାନା ପକ୍ଷରୁ ଆସୁଥିବା ଏକ ଟ୍ରକ୍ ମୁହାମୁହିଁ ଧକ୍କା ହୋଇଥିଲା। ଦୂର୍ଘଟଣା ଏତେ ଜୋରଦାର୍ ହୋଇଥିଲା କି କାର୍ ଟି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ଅଞ୍ଚଳ ରେ ପଡିଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଟ୍ରକ୍ ଟି ଘଟଣାସ୍ଥଳରୁ ଦ୍ରୁତଗତିରେ ପାଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ରେ କାର୍ ଚାଳକ ନିକଟସ୍ଥ ମେଡିକାଲ ଚିକିସ୍ଥା ନିମନ୍ତେ ପଠାଇଥିଲେ ।

Leave a Reply

Your email address will not be published. Required fields are marked *