Spread the love

NNEU କାର୍ଯ୍ୟାଳୟରେ ବିଶ୍ଵ ଶ୍ରମିକ ଦିବସ ପାଳନ

ଅନୁଗୋଳ/ନାଲକୋ – ମଇ ୧ତାରିଖ ଦିନ ନାଲକୋ ନନ ଏକ୍ସକ୍ୟୁଟିଭ ଏମ୍ପ୍ଲୟିଜ ୟୁନିଅନ ସିପିପି ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳନ କରାଯାଇଅଛି । ମୁଖ୍ୟ ଅଥିତି ଭାବେ ସଂଗଠନ ବୟୋଜ୍ୟେଷ୍ଠ ସଦସ୍ୟ ଶ୍ରଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା ପତାକା ଉତୋଳନ କରିବା ସହିତ ଶ୍ରମିକ ମାନେ କିପରି ଏକତ୍ରିତ ହୋଇ ରହିବେ ତାହା ବିଷୟରେ ଆଲୋକ ପାତ କରିଥିଲେ। ସଂଗଠନର ଅତିରିକ୍ତ କାର୍ଯ୍ୟକାରୀ ସଭାପତି ଶ୍ରୀ ଚନ୍ଦ୍ରମଣି ବିଶ୍ବାଳଙ୍କ ସଭାପତିତ୍ବ ଏକ ସଭା ଅନୁଷ୍ଠିତ ହୋଇ ଯାଇଥିଲା ,ଉକ୍ତ ସଭାରେ ସାଧାରଣ ସମ୍ପାଦକ ରତ୍ନାକର ପରିଡ଼ା ଶ୍ରମିକ ଦିବସ କାହିଁକି ପାଳନ କରାଯାଏ ତାହା ବିଷୟରେ ଆଲୋକପାତ କରିଥିଲେ, ଶ୍ରମିକ ମାନେ ସଂଗଠିତ ହେଲେ ହି ନିଜର ହକ କୁ ହରିଲୋଟ କରୁଥିବା ମାଲିକ ମାନଙ୍କ ଠାରୁ ଓ ମାଲିକ ମାନଙ୍କ ସହ ଅବୈଧ ସମ୍ପର୍କ ରଖିଥିବା କର୍ମଚାରୀ ନେତା ମାନଙ୍କ ଠାରୁ, ନିଜର ଅଧିକାର କୁ ଛଡାଇ ଆଣିବାରେ ସକ୍ଷମ ହେବା ବୋଲି ଶ୍ରୀ ପରିଡ଼ା କହିଥିଲେ , ଯୁବ ଶ୍ରମିକ ନେତା ଶ୍ରୀ ସୁରେଶ ବେହେରା ସଂଗଠନ ବିଷୟରେ ଆଲୋଚନା କରିବା ସହିତ, ସମୟ କହୁଛି ବର୍ତ୍ତମାନ କର୍ମଚାରୀମାନେ ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ନିଜ ଅଧିକାର ପାଇଁ ଲଢ଼ାଇ କରିବା ଆବଶ୍ୟକ ଅଛି ବୋଲି କହିଥିଲେ। କାର୍ଯ୍ୟକ୍ରମର ବରିଷ୍ଠ କର୍ମକର୍ତା ଶ୍ରୀ ବିଶ୍ୱନାଥ ଗର୍ଣାୟକ, ଗୁରୁଦେବ ରାଉତ, ପ୍ରଫୁଲ୍ଲ କୁମାର ବେହେରା, ବେଣୁଧର ସାହୁ,ବିଦ୍ୟାଧର ସାହୁ,ବିଜୟ ଗୌଡ ଯତୀନ ସାମଲ , ଲିଟନ ସାହୁ , ମରିସ କୁଲୁ, ସୁଦାମ ଟାଣ୍ଡିଆ, ଦିଲୀପ ଭୋଇ,ଘନଶ୍ୟାମ ଦାସ,ଅଜୟ ନାୟକ,ଡାକ୍ତର ସାହୁ ଓ ଅନେକ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *