ପ୍ରଥମ ବନ୍ୟାରେ ଖରସ୍ରୋତା ନଦୀରେ ଘାଇ
ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅଧିନସ୍ଥ ଖରସ୍ରୋତା ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବେଶ କରି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା ଜଳ ପ୍ରଭାବରେ ଓଳେଇ ଚନ୍ଦନପୁର ଗ୍ରାମ ନିକଟରେ ଖରସ୍ରୋତା ନଦୀର ବାମ ପାର୍ଶ୍ଵବନ୍ଦରେ ଘାଇ ସୃଷ୍ଟି ହୋଇଛି।ବନ୍ଦ ଉପରେ ଏକ ବିଶାଳ ଅଂଶ ଧସି ଯାଇ ଘାଇ ସୃଷ୍ଟି ହୋଇଥିଲା।ବନ୍ଦ ତଳେ ଥିବା ପୁରୁଣା ସୁଇଶ ଗେଟ୍ ଦବି ଯିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାର ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ବାଲି ଓ ବାଲି ବସ୍ତା ସାହାଯ୍ୟ ରେ ମରାମତି କରାଯାଇଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ବିଡ଼ିଓ ଦିବ୍ୟନ୍ଦୁ ଦାସ , ତହସିଲଦାର ,ଆର ଏଣ୍ଡବି ର ଏଶଡିଓ ରାମଚନ୍ଦ୍ର ମଲ୍ଲିକଙ୍କ ସମେତ ଜଳସେଚନ ବିଭାଗ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ






