ଢେଙ୍କାନାଳ ଅବସର ପ୍ରାପ୍ତ ସୈନିକ ସଂଘ ତରଫରୁ ଅଗଷ୍ଟ ୧୫ ତାରିଖ ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ସହିଦ ମିନାରରେ ଦିଗବନ୍ତ ସହିଦଙ୍କୁ ମାଲ୍ୟାର୍ପଣ କରିଛନ୍ତି ମାନ୍ୟବର ମନ୍ତ୍ରି ଶ୍ରୀମତି ବାସନ୍ତି ହେମ୍ବ୍ରମ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି।
ଏହି ଉତ୍ସବରେ ଶ୍ରୀ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଯୋଗଦେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲାର ସମସ୍ତ ମୁଖ୍ଯ ସମ୍ବାଦପତ୍ରର ସାମ୍ବାଦିକ ମାନେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ସଭାପତିଙ୍କ ସହିତ ଉପଦେଷ୍ଟା ଭ୍ରମରବର ଦଳାଇ, ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିଭୁତିଭୁଷଣ ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ଶ୍ୟାମସୁନ୍ଦର ରାଣା, ରାମଚନ୍ଦ୍ର ମୁକୁଟ , ବିଭୁତିଭୁଷଣ ସାହୁ, ଆର୍ତ୍ତତ୍ରାଣ ସାହୁ, ନୃସିଂହ ଚରଣ ସାହୁ, ରଞ୍ଜିତ ପାଣିଗ୍ରାହୀ, ଅକ୍ଷୟ କୁମାର ଶତପଥି, ଦାମୋଦର ସାହୁ, ମାନସ କୁମାର ସାହୁ, ବଟକୃଷ୍ଣ ସାହୁ, ସୁବାସ ଚନ୍ଦ୍ର ବାରିକ, ଦାଶରଥି ବରାଳ, ଗଣେଶ୍ବର ପଣ୍ଡା, ନିରଞ୍ଜନ ସାହୁ, ନଗେନ କୁମାର କର,ଭାଗିରଥି ସାହୁ ଆଦି ସଦସ୍ଯ ମାନେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ।


September 21, 2026/
No Comments



