ସାହାରପଡ଼ା ବ୍ଲକ ଘେରିଲା ବ୍ଲକ କଂଗ୍ରେସ
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ଆଜି ବ୍ଲକ ଘେରାଉ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ମକୁନ୍ଦଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାହାରପଡ଼ା ହାଟ ପଡିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟତଃ ପିସି କାରବାର, ପଞ୍ଚାୟତ କ୍ଷମତାକୁ ଅପବ୍ୟବହାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା, ଜଳସେଚନ ସମସ୍ୟାକୁ ଆଦିକୁ ନେଇ ଏହି ବିକ୍ଷୋଭ କରାଯାଇଥିବା ନେଇ ବ୍ଲକ କଂଗ୍ରେସ ସଭାପତି ମକୁନ୍ଦଚନ୍ଦ୍ର ମହାନ୍ତ ମତ ପ୍ରକାଶ କରିଛନ୍ତି। ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ସେବା ଦଳ ମୁଖ୍ୟ ବୀରଭଦ୍ର ମହାନ୍ତ, ନିତ୍ୟାନନ୍ଦ ତରେଇ, ଶିବ କୁମାର ବେହେରା, ମଧୁସୂଦନ ସାହୁ, ଚିତ୍ତରଞ୍ଜନ ତରେଇ, ସାରଥି ମୁଦୁଲି ଓ ଗୌରହରି ନାଏକ ପ୍ରମୁଖ ଅନ୍ୟ ମାନେ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ଶୋଭାଯାତ୍ରା ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ବିଜୟ କୁମାର ନାୟକ ଙ୍କୁ ୯ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା ।
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ବାରିକ୍ ଓ ପ୍ରଶାନ୍ତ ପ୍ରଧାନ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





