Spread the love

ଅନୁଗୋଳ ବ୍ଲକ କଂଗ୍ରେସ ପକ୍ଷରୁ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ୧୮।୮ ଆଜି ପୂର୍ବାହ୍ନରେ ଅନୁଗୋଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଆଡଭୋକେଟ ଅମୂଲ୍ୟ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଗୋଳ ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଅନୁଗୋଳ ବ୍ଲକକୁ ଘେରାଉ କରି ରଖିଥିଲେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୈତିକ କାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ସ୍ଳୋଗାନ ମାନ ଦେଇଥିଲେ। ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ମନମୁଖୀ କାର୍ଯ୍ୟକୁ ଘୋର ବିରୋଧ କରିବା ସହ ବ୍ଲକରେ ଚାଲିଥିବା ପିସି କାରବାର, ଅହେତୁକ ଦରବୃଦ୍ଧି, ବେ-ରୋଜଗାରୀ, ବିଜୁଳି କାଟ, ଟାଟା ପାୱାରର ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ, ଏବଂ ନାରୀ ନିର୍ଯ୍ୟାତନା ବିଷୟରେ ଆଲୋକପାତ କରି ରାଜ୍ୟରେ ବିଜେଡି ତଥା କେନ୍ଦ୍ରରେ ବିଜେପି ସରକାର ବିରୁଦ୍ଧରେ ବିଷୋଦଗାର କରିଥିଲେ। ଏ ନେଇ ଅନୁଗୋଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟକୁ ଉପସ୍ଥିତ ନେତୃତ୍ୱ ଘେରାଉ କରି ରଖିଥିଲେ। ଶେଷରେ ଅନୁଗୋଳ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ପିସିସି ସଂପାଦକ ଟିକନ ବେହେରା, ପିସିସି ସଭ୍ୟ ଜୟନ୍ତ ସାହୁ, ରାଜ୍ୟ ସମବାୟ ବ୍ୟାଙ୍କ ଡାଇରେକ୍ଟର ଚିତ୍ତ ରଞ୍ଜନ ନାଏକ, ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ନାଥ ମିଶ୍ର, ଏସସି ସେଲ ଅଧ୍ୟକ୍ଷ ନୀଳକଣ୍ଠ ନାଏକ, ମିଡ଼ିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଟାଉନ କଂଗ୍ରେସ ସଭାପତି ସୁଦୀପ ମିଶ୍ର, ଟାଉନ ମହିଳା କଂଗ୍ରେସ ସଭାନେତ୍ରୀ, ବଲବୀର ସିଂହ, ରାକେଶ ମିଶ୍ର, ପୂର୍ବତନ ସରପଞ୍ଚ ସହଦେବ ବେହେରା, ହେମନ୍ତ ମହାଳିକ, ଆଡଭୋକେଟ ପ୍ରଶାନ୍ତ ବିଶ୍ବାଳ, ଶ୍ରମିକ ନେତା କମଳାକାନ୍ତ ସାହୁ, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଶତାଧିକ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *