( ବାଲିଘର ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ)
ଜଗତସିଂହପୁର
ତା =24/9/23
ବାଲିଘର ଫାଉଣ୍ଡେସନ୍ ପକ୍ଷରୁ ତିର୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ପାଟସୁରା ଗ୍ରାମ ସ୍ଥିତ ମା’ ନାରାୟଣୀ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ବିନା ମୂଲ୍ୟରେ ଫଳ ,କୋଳି ଓ ଔଷଧୀୟ ଚାରା ବଣ୍ଟନ କରାଯାଇଛି।ଫାଉଣ୍ଡେସନ୍ ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ପରିବେଶ ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଦ୍ୱିତୀୟ ପର୍ଯ୍ୟାୟରେ ମୂଲ୍ୟବାନ୍ ବୃକ୍ଷ ଅର୍ଜୁନ, ଅଶୋକ, ଜାମୁ, ଓଉ,ଅଁଳା, ନିମ୍ବ,ଶିଶୁ, ଶିରୀଶ ପ୍ରଭୃତି ଚାରା ପ୍ରତ୍ୟେକଙ୍କୁ ବଣ୍ଟନ କରାଯିବା ପରେ ସମସ୍ତଙ୍କୁ ଯତ୍ନର ସହିତ ଲଗାଇ ବଞ୍ଚାଇବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ।ବର୍ତ୍ତମାନ ପରିପ୍ରେକ୍ଷୀରେ ସାରା ପୃଥିବୀରେ ଜଳବାୟୁର ପରିବର୍ତ୍ତନ,ଋତୁ ଚକ୍ରର ଅନିୟମିତତା, ଅମ୍ଳଜାନର ଅଭାବ ସର୍ବୋପରି ପରିବେଶ ପ୍ରଦୂଷଣ ଯୋଗୁଁ କୋଟି କୋଟି ଜୀବକୂଳ ଓ ମଣିଷ ସମାଜ ପାଇଁ ସୃଷ୍ଟି ହୋଇଥିବା ସଙ୍କଟ ଜନକ ପରିସ୍ଥିତିର ନିରାକରଣ ପାଇଁ ଏକ ମାତ୍ର ବିକଳ୍ପ ବୃକ୍ଷ ରୋପଣ ବୋଲି ଆଲୋଚନା ପରେ ସମସ୍ତେ ହୃଦୟଙ୍ଗମ କରି ଖୁସି ବ୍ୟକ୍ତ କରିବା ସହ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ।ଏହି ଆଲୋଚନାଚକ୍ରରେ ବିଷ୍ଣୁ ପ୍ରିୟା ଗଛାୟତ, ଶୁଭାସିନୀ ରାଉତ, ସଂଯୁକ୍ତା ସାହୁ, ଅନୁପମା ଗଛାୟତ, ସନ୍ଧାରାଣୀ ଚୌଧୁରୀ, ବାସନ୍ତୀ ବିଶ୍ୱାଳ,ସୌଦାମିନୀ ମଲ୍ଲିକ, ସ୍ୱର୍ଣ୍ଣଲତା ସାମଲ,ରାଧାରାଣୀ ସ୍ୱାଇଁ, ବିଜୟଲକ୍ଷ୍ମୀ ଚୌଧୁରୀ ଓ ପ୍ରମିଳା ସାହୁ ଯୋଗ ଦେଇଥିଲେ।ପରିଶେଷରେ ଫାଉଣ୍ଡେସନ୍ ର ଅନ୍ୟତମ ବରିଷ୍ଠ ସଭ୍ୟ ବୃନ୍ଦାବନ ନାୟକ ଉପସ୍ଥିତ ସମସ୍ତ ସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




