ଢେଙ୍କାନାଳ ଡାକମଣ୍ଡଳ ତରଫରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆୟୋଜିତ
ଢେଙ୍କାନାଳ, ୨୯/୯: ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରେ ଆଜାଦ୍ କା ଅମୃତ ମହୋତ୍ସବ ପାଳନ କରାଯାଇଅଛି । ଏହି ମହୋତ୍ସବର ଅନ୍ତିମ ପର୍ଯ୍ୟାୟରେ ‘ମୋ ମାଟି ମୋ ଦେଶ’ ଅଭିଯାନ ଚଳିତ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଅଛି । ଏହି ଅଭିଯାନରେ ଅମୃତ କଳସ ଯାତ୍ରାର ଆୟୋଜନ କରାଯାଇ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବୀରବିରଙ୍ଗନାମାନଙ୍କୁ ସମ୍ମାନ ଦେବା ପାଇଁ ମାଟି ସଂଗୃହୀତ କରାଯାଉଅଛି । ଏହି ପବିତ୍ର କଳସ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟରେ ଡାକ ବିଭାଗକୁ ସାମିଲ୍ କରାଯାଇଅଛି । ଏହି ଅବସରରେ ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଢେଙ୍କାନାଳ ଜିଲ୍ଲାରେ ୧୦୦ ରୁ ଉର୍ଦ୍ଧ୍ବ ଗ୍ରାମ ଯଥା-ଜିନେଇଲ, କନ୍ତାମିଲି, କଲଣ୍ଡା, ଚିରୁଳେଇ, ଯୋରନ୍ଦା, କରମୂଳ, ବାରିହାପୁର, ଚାନ୍ଦପୁର, ଢେଙ୍କାନାଳ ମ୍ୟୁନିସିପାଲିଟି ୱାର୍ଡ ନମ୍ବର-୭ ଆଦି ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରାଯାଇଅଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମାଟି ସଂଗୃହୀତ କଳସ ଗୁଡିକୁ ନିର୍ଦ୍ଧାରିତ ଶାଖା ଡାକଘର ମାଧ୍ୟମରେ ମଣ୍ଡଳ କାର୍ଯ୍ୟାଳୟ ଢେଙ୍କାନାଳକୁ ଅଣାଯିବ । ଏହି ସଂଗୃହୀତ ମାଟିକୁ ଡାକ ବିଭାଗର ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ସେଠାରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପାଖରେ ଅମୃତ ବାଟିକା ସ୍ଥାପନରେ ଉପଯୋଗ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଡାକ ମଣ୍ଡଳର ଅଧ୍ୟକ୍ଷକ ଜଗଦିଶ ଦାଶ, ଉପ-ଅଧ୍ୟକ୍ଷକ ନୀଳମଣି ଜାନି, ମୁଖ୍ୟ ଡାକପାଳ ସୁରେଶ ଚନ୍ଦ୍ର ପାଇଁ ଏବଂ ସହ ଡାକପାଳ ଅଶୋକ କୁମାର ନନ୍ଦ ଏବଂ ନେହେରୁ ଯୁବ କେନ୍ଦ୍ରର ଉପ-ନିର୍ଦେଶକ ଅଶୋକ କୁମାର ଦାଶଙ୍କ ସହିତ ଢେଙ୍କାନାଳ ଡାକ ପରିବାରର ଅନେକ ସଦସ୍ୟ ।ଗଦେଇ କାର୍ଯ୍ୟକ୍ରମ ସଫଳନ୍ବିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବାରେ ଜନ ସଂପର୍କ ଅଧୀକାରୀ ମଧୁସ୍ମିତା ମାଝି, ବିଜିନେସ୍ ଏକ୍ଜିକ୍ୟୁଟିଭ୍ ଜୟନ୍ତ କୁମାର ସାହୁ ଏବଂ ଅଫିସ୍ ଆସିଷ୍ଟାଟ କାଳନ୍ଦୀ ଚରଣ ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।




