ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘ ବୈଠକ
ଢେଙ୍କାନାଳ, ୧/୧୦: ସ୍ଥାନୀୟ ଯାଉଁଳୀ ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘର କର୍ମକର୍ତାମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ରୁଦ୍ର ନାରାୟଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ସରୋଜ କୁମାର ନାୟକ ସଭାପତିତ୍ଵ କରିଥିଲେ । ଉକ୍ତ ସଭାରେ ଷ୍ଟାଣ୍ଡର ଅନ୍ୟାନ୍ୟ ସମସ୍ୟା ନେଇ ଆଲୋଚନା କରାଗଲା । ଏହି ସମ୍ବାଦ ଦ୍ଵାରା ପାସେଞ୍ଜର ମାନଙ୍କୁ ଅନୁରୋଧ କରିଛନ୍ତି କି, ନିଜ ଜିନଷ ନିଜ ଦାୟିତ୍ଵରେ ରଖିବା ପାଇଁ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟମଣି ରାଉତ, ଚନ୍ଦ୍ରମଣି ଜେନା, ଧରଣୀଧର ପରିଡା, ପ୍ରସନ୍ନ କୁମାର ସାହୁ, ନିର୍ମଳ କୁମାର ସିଂହ, ଦିଲ୍ଲୀପ ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସଭାପତି ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।




