Spread the love

ସମର୍ପଣ ଦିବସ ପାଳିତ

ଜଗତସିଂହପୁର ତା =12/2/25 ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶ୍ରାଦ୍ଧ ଦିବସ କୁ ସମର୍ପଣ ଦିବସ ଭାବେ କାଦୁଅପଡ଼ା ମଣ୍ଡଳ ବିଜେପି ପକ୍ଷରୁ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମଣ୍ଡଳର ସଭାପତି ବିଧୁଭୂଷଣ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମିଡ଼ିଆ ସେଲ ଅଧକ୍ଷ ଗଣେଷ ପ୍ରସାଦ ମହାନ୍ତି | ମୁଖ୍ୟ ବକ୍ତା ଭାବେ ଜିଲ୍ଲା କୃଷକ ମୋର୍ଚ୍ଚାର ଆଇଟି ସେଲ ସଂଯୋଜକ ତୁଷାର ରଥ ବରିଷ୍ଠ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ ଲେଙ୍କା, ଲଳିତ ଆଚାର୍ଯ୍ୟ, ଚିତ୍ତ ରଞ୍ଜନ ଦାସ,, ବିଜୟ ମହାନ୍ତି, ଶିବ ପ୍ରସାଦ ବାରିକ, ରଞ୍ଜନ ସ୍ୱାଇଁ ଲଳିତ ଦାଶ, ସୁଜିତ ଦାସ ପ୍ରଭୁତି ଯୋଗଦାନ କରିଥିଲେ, ସଭା ପ୍ରାରମ୍ଭରେ ମଣ୍ଡଳର ପୂର୍ବତନ ସଭାପତି ସ୍ୱର୍ଗତ ଧନେଶ୍ୱର ରାୟ ଦେହାନ୍ତ ଉପଲକ୍ଷେ ଶୋକ ପ୍ରାର୍ଥନା କରାଯାଇ ପଣ୍ଡିତ ଦିନଦୟାଲ ଙ୍କ ର ରାଷ୍ଟ୍ରପ୍ରତି ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା. | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *