ଢେ଼ଙ୍କାନାଳ ମିନା ବଜାର ଦଧିବାମନ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ମହାସମାରୋହରେ ପାଳନ କରାଯାଇଥିଲା । ପ୍ରାତଃ ୫ଟା ସମୟରେ ଜୟ ବିଜୟ ଆଳତି କରାଯାଇ ଦ୍ବାର ଫିଟା ଯାଇଥିଲା। ମଙ୍ଗଳ ଆଳତି କରାଯାଇଥିଲା । ଠାକୁରଙ୍କୁ ମଇଲମ କରାଯାଇଥିଲା। ଠାକୁର ଙ୍କୁ ପହଣ୍ଡି କରାଯାଇ ସ୍ନାନ ବେଦୀକୁ ଅଣାଯାଇଥିଲା । ପରେ ସେଠାରେ ପୂଜା ଅର୍ଚ୍ଚନା କରାଯାଇ ୧୦୮ ଗଡୁ ରେ ସ୍ନାନ କରଯାଇଥିଲା । ନୂତନ ବସ୍ତ୍ର ପରିଧାନ କରାଇ । ଚନ୍ଦନ ନୀତି ବେଶ କରାଯାଇଥିଲା। ତୁଳସୀ ଫୁଲ ହାର ଲାଗି କରାଯାଇ ଥିଲା। ବଲଭ ଭୋଗ ଲାଗି କରାଯାଇ ଥିଲା। ମଧ୍ୟାହ୍ନ ସମୟରେ ଖେଚେଡ଼ି , ଅର୍ନ,ଡାଲମା ,ଖଟା, କ୍ଷୀରି ଭୋଗ ଲାଗି କରାଯାଇ ଥିଲା । ସନ୍ଧ୍ୟା ରେ ଆଳତି ସହ ବିଭିନ୍ନ ଫଳ ଭୋଗ ଲାଗି କରାଯିବ । ରାତ୍ରରେ ପହଣ୍ଡି କରାଯାଇ ଅଣସର ପିଣ୍ଡିରେ ତିନି ଠାକୁରଙ୍କୁ ବିଜେ କରାଯିବ । ପୂଜକ ରବି ନାରାୟଣ ଦାସ ପୂଜା ଅର୍ଚ୍ଚନା କରିଥିଲେ ।ଓ ମନ୍ଦିରର ଉପଦେଷ୍ଟା ପ୍ରତାପ କୁମାର ମହାପାତ୍ର ତତ୍ତ୍ଵବଧାନରେ ଏହି ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇଥିଲା।

May 31, 2026/
No Comments


