ନାଲକୋ ତରଫରୁ ପାରିପାର୍ଶ୍ବିକ ଗ୍ରାମର ଯୁବ ବର୍ଗଙ୍କୁ ଖେଳ ସାମଗ୍ରୀ ବଣ୍ଟନ ଏବଂ ଭୂମି ପୂଜନ l

ବଅଁରପାଳ,୨୧/୦୧ ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନାଲକୋ ଅନଗୁଳ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ,ଅନୁଗୋଳ ତରଫରୁ ଅଣ ଚାଳିଶ ପାରିପାର୍ଶ୍ବିକ ଗ୍ରାମର ଯୁବବର୍ଗଙ୍କ କ୍ରୀଡା ପ୍ରତିଭାର ପ୍ରୋତ୍ସାହନ ପାଇଁ ଆଜି ପୂର୍ବାହ୍ନ ରେ କଲ୍ୟାଣ ମଣ୍ଡପ ନିକଟରେ ଏହି ଉଦେଶ୍ୟ ରେ ଆୟୋଜିତ ସମାରୋହ ରେ ଖେଳ ସାମଗ୍ରୀ ବଣ୍ଟନ କରିଛି। କ୍ରୀଡା ସାମଗ୍ରୀ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଚ୍ଚିଦାନନ୍ଦ ଜେନା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ ଆଣ୍ଡ ପି), ସମ୍ମିନୀତ ଅତିଥି ଆଶୁତୋଷ ରଥ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନବ ସମ୍ବଳ (ଏଚ ଆର)ଙ୍କ ସମେତ ଏସ ଆଣ୍ଡ ପି କମପ୍ଲକ୍ସର ଅନ୍ୟ ସମସ୍ତ ସି.ଜି.ଏମ ସମୂହ ଅଂଶଗ୍ରହଣ କରିଥିଲେ ଓ ସାମୁହିକ ଭାବେ ୨୮ଟି ପାରିପାର୍ଶ୍ବିକ ଗ୍ରାମରୁ ଆସିଥିବା ଯୁବ କ୍ରୀଡାବିତ ଯୁବବର୍ଗଙ୍କୁ କ୍ରିକେଟ ଖେଳ ସରଞ୍ଜାମ ଓ ଭଲିବଲ ଖେଳ ସରଞ୍ଜାମ ବଣ୍ଟନ କରିଥିଲେ।

ଉତ୍ସବରେ ପାରିପାର୍ଶ୍ବିକ ଗ୍ରାମ ମାନଙ୍କର ସରପଞ୍ଚ ଯଥା ଉଷାରାଣୀ ସ୍ୱାଇଁ,(କୁଲାଡ)ସରପଞ୍ଚ, ଛବିରାଣି ଦେହୁରି (ଗିରାଙ୍ଗ) ସରପଞ୍ଚ, ଜୟନ୍ତୀ ସାହୁ, ବଳରାମପ୍ରସାଦ ସରପଞ୍ଚ,ଧୀରେନ ପ୍ରଧାନ,ଗୋବରା ସରପଞ୍ଚ, ପାର୍ଥସାରଥୀ ସାହୁ,ସରପଞ୍ଚ (କର୍ଣ୍ଣପୁରୁ) ଆଦି ଅଂଶଗ୍ରହଣ କରିଥିଲେ। ଏହା ପରେ ନାଲକୋ ଏସ ଆଣ୍ଡ ପି କମପ୍ଲକ୍ସ ତରଫରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ଓ ଆଶୁତୋଷ ରଥ ଙ୍କ ଦ୍ୱାରା କନ୍ୟାବେଡା ଗ୍ରାମ ଉପାନ୍ତରେ ଥିବା ନାଲକୋ ମେଡିକାଲ ଛକ ଠାରୁ ଆସ ପଣ୍ଡ ଛକ ପର୍ଯ୍ୟନ୍ତ ଭଙ୍ଗା, ଦଦରା ରାସ୍ତାର ମରାମତି ନିମନ୍ତେ ଭୂମି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।

ପ୍ରକାଶ ଥାଉକି ୨୫ ଲକ୍ଷ ଟଙ୍କା ବ୍ୟୟରେ ମରାମତୀ ହେବାକୁ ଥିବା ଏହି ରାସ୍ତା ପାରିପାର୍ଶ୍ଵିକ ଅଞ୍ଚଳ କନ୍ୟାବେଡି,କୁରୁଡୋଲ,କୁକୁଡ଼ାଙ୍କ, ଗୋବରା, ଆଦି ବହୁ ଇଲାକା ର ଲୋକ ସହଜ ରେ ଆତ ଯାତ କରିପାରିବେ lଅଞ୍ଚଳକ ଏକ ପ୍ରମୁଖ ସଂଯୋଗୀ କରଣ ରାସ୍ତା ହିସାବରେ ବ୍ୟବହୃତ ହେଉଥିବାରୁ ଏହାର ଉର୍ନତି ଦିଗରେ ନାଲକୋ ବଦ୍ଧ ପରିକର ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ l ଭୂମି ପୂଜନ ଉତ୍ସବରେ ମାନବ ସମ୍ବଳ ମହା ପ୍ରବନ୍ଧକ ହିମାଂଶୁ ପ୍ରଧାନ, ମହା ପ୍ରବନ୍ଧକ ତଥା ସାମାଜିକ ଦାୟିତ୍ୱ ଅଧିକାରୀ ରାଜାରାମ ମିଶ୍ର,, ପି.ଆର, ଶୀତଳ ସମୀର ମାଝୀ, ଉପସ୍ଥିତ ଥିଲେ।


