ଦ୍ବାରୀ କାଶିପାଲି ଦୂର୍ଗା ମନ୍ଦିରରେ ସପ୍ତମୀ ପୂଜା

ଅମ୍ବାଭୋନା ତା ୨୫/୦୩/୨୦୨୬ ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ କାଶିପାଲି ର ଜଗତଜନନୀ ମା ଦୁର୍ଗାଙ୍କ ମନ୍ଦିର ରେ ସପ୍ତମୀ ତିଥିରେ କାଳରାତ୍ରୀ ରୂପେ ଭକ୍ତ ମାନଙ୍କୁ ଦର୍ଶନ ଦେଲେ ମା ଦୁର୍ଗା । ପଣ୍ଡିତ ଦିଲ୍ଲୀପ ଦାଶ ଓ ଗୌରଚନ୍ଦ୍ର ପଣ୍ଡା ମାଁ ଙ୍କ ପୂଜାର୍ଚ୍ଚନା ଦାୟିତ୍ଵ ନିର୍ବାହ କରିଥିଲେ । ଗୁଡେ ଶିରା ର ବୀଣାପାଣୀ କରମ ସାନୀ ଭକ୍ତ ମାନଙ୍କ ମନମୁଗ୍ଧ କରିଥିଲା । ମାଁ ଦୂର୍ଗା ମନ୍ଦିର ଟ୍ରଷ୍ଟ କାଶିପାଲି ଦ୍ବାରା ଗୁଡେଶିରା କରମ ସାନୀ ଦଳଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସହସ୍ରାଧିକ ଭକ୍ତ ମାଁ ଦୁର୍ଗାଙ୍କୁ ଦର୍ଶନ କରି ଅନ୍ନଭୋଗ ଗ୍ରହଣ କରିଥିଲେ । କାଶିପାଲି ର ହୃଦାନନ୍ଦ ଭୋଇ ଆଜିର ଅନ୍ନଭୋଗ ର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ ।




