Spread the love

Equinox zym ଆନୁକୂଲ୍ୟରେ ରେ ରକ୍ତଦାନ ଶିବିର ଅନୁଷ୍ଠିତ ।
****************
ଗ୍ରୀଷ୍ମର ପ୍ରାଦୁର୍ଭାବ ଦିନକୁ ଦିନ ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ,ଯାହାଫଳରେ କି ମଣିଷ ଏ ରୌଦ୍ରତାପ ରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ବାହାରୁନାହାନ୍ତି ,ଏପରି ସ୍ଥଳେ ରୋଗୀଙ୍କ ସମସ୍ୟା କହିଲେ ନସରେ ,ଦିନକୁ ଦିନ ମେଡିକାଲରେ ରୋଗୀ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହା ଦ୍ୱାରା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ହେବାରେ ଲାଗିଛି ଆଉ ଏଇ ରକ୍ତର ଅଭାବ ଆହୁରି ସମସ୍ୟା ବଢ଼ାଇଦେଵ ,ଏହାକୁ ଆଖିଆଗରେ ରଖି ଇକ୍ୟୁନକ୍ସ ଜିମ ଓ ଅଗ୍ରବଂଶୀର ମିଳିତ ଆନୁକୂଲ୍ୟରେ କଟକର ଯୋବ୍ରା ରୋଡ଼ସ୍ଥିତ Equinox zym ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ 55 unit blood collection ହୋଇଥିବା ସୁରତ ଶେଖର କହିଛନ୍ତି ,ଯଦି ସୁଯୋଗ ମିଳେ ସେ ଏହି ଗ୍ରୀଷ୍ମର
ଭିତରେ ଆହୁରି ଥରେ ଶିବିରର ଆୟୋଜନ କରିପାରନ୍ତି ଏହି ରୋଗୀଙ୍କ ମୁହଁରେ ଟିକେ ଖୁସି ଦେବାପାଇଁ । କଟକରୁ ପ୍ରଦିପ୍ତ କୁମାର ଘଡେଇ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *