Spread the love

JSW ଏବଂ JSPL ଭଳି କମ୍ପାନୀ ସରକାରଙ୍କ ରାଜସ୍ୱ ଖାଇ ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ।

 

କେନ୍ଦୁଝର ଜିଲ୍ଳା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି କମ୍ପାନୀ ରହିଛନ୍ତି। କିନ୍ତୁ କିଛି ବଡ ବଡ ନାମୀ କମ୍ପାନୀ ଯେଭଳିକି JSW ଏବଂ JSPL ଭଳି କମ୍ପାନୀ ସରକାରଙ୍କ ରାଜସ୍ୱ ଖାଇଯାଉଥିବା ଅଭିଯୋଗ ହୁଏ। ସୂଚନା ଥାଉକି JSW ଏବଂ JSPL କମ୍ପାନୀ ଅନ୍ୟ ଜିଲ୍ଲା ସମେତ କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରେ ଖଣି କାର୍ଯ୍ୟ କରୁଛନ୍ତି। ଖଣିଜ ପଦାର୍ଥ ର ମାନ ଓ ଓଜନରେ ହେରଫେର କରି ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଠକୁଥିବା ଅଭିଯୋଗ କରିଛନ୍ତି P A C କମିଟି। ଯାହାପାଇଁ ବିଗତ ଦିନରେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଜରିମାନା ଆଦାୟ କରାଯାଇଛି।ଏହି JSW ଏବଂ JSPL ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ରାଜ୍ୟ ସରକାରଙ୍କ ରାଜ୍ୟ ବିଧାନସଭା ପବ୍ଲିକ ଏକାଉଣ୍ଟ କମିଟି ବା P A C କମିଟି । ଏହି P A C କମିଟି ତିନିଦିନ ଧରି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବିଭିନ୍ନ ଖଣି କମ୍ପାନୀ ପରିଦର୍ଶନ କରିଥିବା ବେଳେ ଏହି ଖଣି କମ୍ପାନୀ ମାନଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ବିଭିନ୍ନ ଉପାୟରେ ରାଜସ୍ୱ ଠକୁଥିବା ଅଭିଯୋଗ କରିଛନ୍ତି P A C କମିଟି ର ମୂଖ୍ୟ ତଥା ସଦର ବିଧାୟକ ଶ୍ରୀ ମୋହନ ଚରଣ ମାଝୀ, ଶ୍ରୀ ମାଝୀ ଅନ୍ୟ ଖଣି କମ୍ପାନୀ ମାନଙ୍କ ସହ ଖାସ କରି JSW ଏବଂ JSPL ନାଁ ନେଇ ଏହି ସଙ୍ଗୀନ ଅଭିଯୋଗ କରିଛନ୍ତି JSW ଏବଂ JSPL ଖଣି କମ୍ପାନୀ ବିରୋଧରେ। ଆସନ୍ତୁ ଶୁଣିବା P A C କମିଟି ର ସଦସ୍ୟ କଣ ସବୁ ଅଭିଯୋଗ କରିଛନ୍ତି।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *