SSB ଅଧ୍ୟାପକଙ୍କ ମନା: ସୁକିନ୍ଦା କଲେଜ ସମେତ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ପ୍ରିନ୍ସିପାଲଙ୍କୁ ଦାବିପତ୍ର ପ୍ରଦାନ
ସୁକିନ୍ଦା / ଭୁବନେଶ୍ୱର:
ରାଜ୍ୟର ଅନୁଦାନପ୍ରାପ୍ତ (Aided) କଲେଜଗୁଡ଼ିକରେ କାର୍ଯ୍ୟରତ ଷ୍ଟେଟ୍ ସିଲେକ୍ସନ ବୋର୍ଡ (SSB) ଅଧ୍ୟାପକମାନେ ଆଉ +୨ (ଉଚ୍ଚ ମାଧ୍ୟମିକ) କ୍ଲାସ୍ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଓଡ଼ିଶା ଏସଏସବି ଲେକ୍ଚରର ଆସୋସିଏସନ (OSLA)ର ନିଷ୍ପତ୍ତି କ୍ରମେ ସୁକିନ୍ଦା କଲେଜ ସମେତ ରାଜ୍ୟର ବିଭିନ୍ନ କଲେଜର ଅଧ୍ୟାପକମାନେ ନିଜ ନିଜ କଲେଜର ଅଧ୍ୟକ୍ଷ (Principal)ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଡିଗ୍ରୀ କଲେଜ ଅଧ୍ୟାପକମାନଙ୍କୁ +୨ କ୍ଲାସ୍ ଦିଆଯିବା ଫଳରେ ଏନସିଟିଇ (NCTE)ର ନିୟମାବଳୀ ଉଲ୍ଲଂଘନ ହେବା ସହ ନିଯୁକ୍ତି ସର୍ତ୍ତାବଳୀ ଖିଲାପ ହେଉଛି। ଏହାସହ ଗୁଣାତ୍ମକ ଉଚ୍ଚଶିକ୍ଷା ବଜାୟ ରଖିବା ପାଇଁ ସେମାନଙ୍କୁ କେବଳ ଉଚ୍ଚଶିକ୍ଷା (ଡିଗ୍ରୀ) ଶ୍ରେଣୀରେ ନିୟୋଜିତ କରିବାକୁ ଦାବି ଜଣାଇଛନ୍ତି।
