Spread the love

ଅନୁଗୋଳ ବ୍ଲକରେ ଥ‌ିବା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡିକରେ ଚାଲୁଥିବା ଯୋଜନାର ସମୀକ୍ଷା ବୈଠକ

ଅନୁଗୋଳ,ତା.୨୦.୦୫: – ଅନୁଗୋଳ ବ୍ଳକର ୩୮ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରଚଳିତ ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଗୋଳ ଉପ ଜିଲ୍ଲାପାଳ ଶ୍ରୀ ବୈତୁରା ଦିପ୍ଲଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମେତ ପଟ୍ଟା ସଂଶୋଧନ,ମୋ ସ୍କୁଲ ଅଭିଯାନ, ଜାତିଗତ ପ୍ରମାଣ ପତ୍ର, ସ୍କଲାରସିପ୍,ଭିତ୍ତିଭୂମୀ ,ପାନୀୟ ଜଳ ଯୋଗାଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଶେଷରେ ୧୬ ଗୋଟି ଉଚ୍ଚ ବିଦ୍ୟାଳୟକୁ ଉପ ଜିଲ୍ଲାପାଳ ପଟ୍ଟା ବଣ୍ଟନ କରିଥିଲେ । ଯେଉଁ ବିଦ୍ୟାଳୟ ଗୁଡ଼ିକ ପଟ୍ଟା ପାଇବା ପାଇଁ ଆବେଦନ କରିଛନ୍ତି ଖୁବ୍ ଶୀଘ୍ର ପଟ୍ଟା ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର, ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଶାନ୍ତ କୁମାର ସିଂଙ୍କ ସମେତ ଉଚ୍ଚ ବିଦ୍ୟାଳୟମାନଙ୍କରୁ ଆସିଥ‌ିବା ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *