Spread the love

କର୍କଟ ରୁ ସୁରକ୍ଷା ପାଇଁ ଏଚ.ପି.ଭି. ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ


ତାଳଚେର ୨/୩ ଦେଶରେ କର୍କଟ ରୋଗ ଉଗ୍ରରୂପ ନେଇଥିଲା ବେଳେ ଏହାକୁ ଦୂରେଇ ରଖିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି। ଏହି ପରିପେକ୍ଷୀରେ ଆଜି ତାଳଚେର ମଣ୍ଡାପାଳ ସ୍ଥିତ ସରକାରୀ ଡାକ୍ତରଖାନା ରେ ଆଜି ଏହାର ଶୁଭାରମ୍ଭ ହୋଇଥିଲା,ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ୧ ଟି ମାତ୍ରା ଟୀକା ୧୪/୧୫, ବର୍ଷର ଝିଅ ଛାତ୍ରୀ ମାନଙ୍କୁ ପ୍ରଥମେ ପ୍ରଦାନ କରାଯାଇଥିଲା।ତାଳଚେର ଉପଖଣ୍ଡ ଚିକି୍ସାଳୟରେ ଏଚ. ପି. ଭି (H .P .V )ଟୀକା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ
ସି ଡ଼ି ଏମ୍ ଓ ଡାକ୍ତର ମଦନ ମୋହନ ପ୍ରଧାନ , ଏବଂ ଅନ୍ୟତମ ଅତିଥି ଭାବେ ଏ ଡି ପି ଏଚ ଓ(ADPHO.) ଡାକ୍ତର ପୂର୍ଣ୍ଣିମା ଉଦ୍ଗତା, ସର୍ଜରୀ ବିଶେଷଜ୍ଞ ଡାକ୍ତର. ବିନୟ କୁମାର ପାଢ଼ୀ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବଳରାମ ପ୍ରଧାନଜେ ଏଚ୍ ଏମ୍(JHM). ରିତାଞ୍ଜଳି ସ୍ୱାଇ , କ୍ୱାଲିଟି ସୁପର ଭାଇଜର ସ୍ୱରୂପା ସଙ୍ଗୀତା ସାମଲ , ଏ ଏନେ ଏମ୍ ଯୋତ୍ରିମୟୀ ଦେହୁରୀ, ରଶ୍ମିତା ସାହୁ ସ୍ନେହଲତା ସାହୁ ଗୌରୀ ବେହେରା, ଐଶ୍ୱରୀୟ ଦେବତା, ପ୍ରମୁଖ ଏହି କାର୍ଯକ୍ରମରେ ସୋହଯୋଗ କରିଥିଲେ। ତେବେ ସର୍ବ ପ୍ରଥମ ଟୀକା ଉପଖଣ୍ଡ ଚିକିତ୍ସାଳୟର ଆସା କର୍ମୀ ସତ୍ୟଭାମା ସେଠୀ ଙ୍କ ତତ୍ୟୋବଧାନ ରେ ୧୦ ନଂ ୱାଡ କିଶୋର ଗଞ୍ଜ ପାଟଣାର ଏକ ନବମ ଶ୍ରେଣୀ ଛାତ୍ରୀ ସ୍ଵୟଂଶ୍ରୀ ସ୍ଵୟସ୍ମିତା ଖୁଣ୍ଟିଆ ଟୀକା ଦେଇଥିଲେ। ଏହା ପର୍ଯ୍ୟାୟ କ୍ରମେ ଅଞ୍ଚଳର ସମସ୍ତ ଯୁବତୀ ମହିଳା ହିତାଧିକାରୀ ଙ୍କୁ ଏହି ଟୀକା ପ୍ରଦାନ କରାଯିବ ବୋଲି ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି ।।

Leave a Reply

Your email address will not be published. Required fields are marked *