Spread the love

ମାରଣାସ୍ତ୍ର ଦେଖାଇ ଧମକ ଦେବା ଅଭିଯୋଗରେ ୨ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ପଞ୍ଚାୟତ ର ପୁରିକିଆ ଗ୍ରାମରେ ମାରଣାସ୍ତ୍ର ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ଓ ଧମକ ଦେବା ଅଭିଯୋଗରେ ବଅଁରପାଳ ଥାନା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଯାତ୍ରୀ ପକ୍ଷ ଓ କନ୍ୟା ଘର ପକ୍ଷରୁ କିଛି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ସମାଧାନ ହୋଇ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିଶୃଙ୍ଖଳା କୁ କେନ୍ଦ୍ର କରି ଦୁଇଦିନ ପରେ ବରଘର ପକ୍ଷରୁ ଜଣେ ସମ୍ପର୍କିୟ ତଥା ଅରାହାଟ ଗ୍ରାମର ନିରୋଦ ସାମଲ ପୁଅ ସିପୁ ସାମଲ ଆସି ଗ୍ରାମବାସୀଙ୍କୁ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଜୀବନ ରେ ମାରିଦେବାର ଧମକଚମକ ଦେଇଥିଲା। ଗ୍ରାମବାସୀ ଏକଜୁଟ ହୋଇ ପ୍ରତିବାଦ କରିବା ଦ୍ୱାରା ଘଟଣାସ୍ଥଳରୁ ମାରଣାସ୍ତ୍ର ଓ ଗାଡି ଛାଡି ଅଭିଯୁକ୍ତ ମାନେ ପଳାଇଯାଇଥିଲେ। ଏହି ବିଷୟରେ ଗ୍ରାମରେ ବୈଠକ ବସାଇ ଥାନାରେ ଅଭିଯୁକ୍ତ ନାମରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ କେଶ୍ ନମ୍ବର ୭୬/୨୦୨୩ ରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରି ସିପୁ ସାମଲ ଓ ଦୁନା ସାହୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *