Spread the love

ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପକ୍ଷରୁ ଗଣେଶ ପୂଜା ପାଳିତ

ଢେଙ୍କାନାଳ ରାଧାକୃଷ୍ଣ ବଜାର ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗଣେଶ ପୂଜା ଅତି ଆଡ଼ମ୍ବରରେ ଅନୁଷ୍ଠିତ ହେଇଛି। ଏହି ପୂଜା ନିମନ୍ତେ ପ୍ରଥମେ କଳସ ଯାତ୍ରା କରାଯାଇଥିଲା। କଳସ ଆବାହନ, ମଣ୍ଡଳ ପୂଜା ଓ ଶ୍ରୀ ଗଜାନନ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ଚଳିତ ବର୍ଷ ମୂର୍ତ୍ତି କୁ ଜଙ୍ଗଲ ପରିବେଷର ଏକ ମୁଖ୍ୟ ଅଙ୍ଗ ହାତୀ ସୁରକ୍ଷା ଦିଗରେ ଏକ ବାର୍ତ୍ତା ଏବଂ ସଚେତନ ନିମନ୍ତେ ଏକ ଛୋଟ ପ୍ରୟାସ କରାଯାଇଛି। ହାତୀ ମଣିଷ ଲଢେ଼ଇର ହାର ହ୍ରାସ ନିମନ୍ତେ ସଚେତନତା ଦିଗରେ ମୂର୍ତ୍ତି ମାଧ୍ୟମରେ ପ୍ରୟାସ କରାଯାଇଛି। ପୂଜକ ଘନ ଭାଇନା, କର୍ତ୍ତା ଗୋବିନ୍ଦ ଷଣ୍ଢ, ସଭାପତି ବିଶ୍ବରଂଜନ ଓଝା, କାର୍ଯ୍ୟକାରୀ ସଭାପତି କାଳିଆ ବେହେରା, ସମ୍ପାଦକ ଅଶୋକ ଦାସ, ଉପସଭାପତି ସନ୍ଦିପ ବେହେରା, ପିଣ୍ଟୁ ପାତ୍ର ,ସହ ସମ୍ପାଦକ ସିନୁ ଷଣ୍ଢ, ମାନସ ବାରିକ, କୋଷାଧ୍ୟକ୍ଷ ରାଜା ଦାସ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରୀ ଶ୍ରୀ ଗଜାନନ ଙ୍କୁ ପ୍ରଥନା କରିଥିଲେ।

Leave a Reply

Your email address will not be published. Required fields are marked *