### ଆସ୍କାରେ ଅଗ୍ନିଶମ ବିଭାଗ ପକ୍ଷରୁ ୨୧ଟି ଲାଇଟ୍ ଟାୱାର ସ୍ଥାପନ
ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ପ୍ରଶାସନର ସମନ୍ୱିତ ପ୍ରୟାସ
ଆସ୍କା/ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରେ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ସେବା ବିଭାଗ ପକ୍ଷରୁ ୨୧ଟି ଲାଇଟ୍ ଟାୱାର ସ୍ଥାପନ କରାଯାଇଛି।
ସାମ୍ପ୍ରତିକ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଆସ୍କା ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ସହ ଲୋକଙ୍କୁ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇଦେବା ଦିଗରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ଏହି କ୍ରମରେ ଅଗ୍ନିଶମ ସେବା ବିଭାଗର ଏହି ପଦକ୍ଷେପ ରାତ୍ରି ସମୟରେ ଆଲୋକୀକରଣ ସୁବିଧା ଯୋଗାଇବା ସହ ଜନସାଧାରଣଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପରେ ସହାୟକ ହେବ। ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମରେ ପ୍ରଭାବିତ ଅଞ୍ଚଳରେ ମୌଳିକ ସେବା ପୁନଃସ୍ଥାପନ ଓ ସାଧାରଣ ଜୀବନକୁ ସ୍ୱାଭାବିକ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।
ଜାଗ୍ରତ ଭାରତ ନ୍ୟୁଜ୍
