Spread the love

ଅମ୍ବାଭୋନା ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ,104 ଅଭିଯୋଗ ପଞ୍ଜିକୃତ ।


13/02/2023—ବରଗଡ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶକ୍ରମେ ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷ କିର୍ତିଚନ୍ଦ୍ର ଦୁଆନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଉପଜିଲ୍ଲାପାଳ ଲଳିତ ଲୁହା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ଚାରୁବାଳା ରଥ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା, ଜିଲ୍ଲା ପରିଷଦ ବରଗଡ଼ ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର କେରକେଟା, ଅମ୍ବାଭୋନା ବିଡ଼ିଓ ପ୍ରଣବ କୁମାର ଚାନ୍ଦ, ତହସିଲଦାର ପରୀକ୍ଷିତ ସାହୁ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣୀ ରେ ସାମିଲ ହୋଇଥିଲେ । ଏହି ଶିବିରରେ ମୋଟ 104ଟି ଅଭିଯୋଗ ମଧ୍ୟରୁ 71ଟି ଅଭିଯୋଗ ବ୍ଳକ ଅନ୍ତର୍ଭୁକ୍ତ ଥିଲା ଓ 29ଟି ଅଭିଯୋଗ ଜିଲ୍ଲା ସ୍ତରୀୟ ହୋଇଥିଲା।4ଟି ଅଭିଯୋଗ ର ତ୍ଵରିତ ସମାଧାନ କରାଯାଇଥିଲା । ଭୁକ୍ତା-ପ୍ରକାଶପୁର ଅଂଚଳ ରେ ବଢିଚାଲିଥିବା ଅବାଧ କପଶିରପ,ନାକୋଟିନ ଟେବଲେଟ ବିକ୍ରି ବନ୍ଦ କରିବାକୁ, ଅଂଚଳ ରେ ଚାଲିଥିବା ବ୍ୟାପକ ଚୋରି, ଡକାୟତି ନିୟନ୍ତ୍ରଣ କରିବା ଏବଂ ଭୁକ୍ତା-ପ୍ରକାଶପୁର ଠାରେ ଏକ ପୋଲିସ ଫାଣ୍ଡି ଖୋଲାଯିବାକୁ ଅନ୍ନପୂର୍ଣ୍ଣା ବଣିକ ସଂଘ,ତଥା ଅଂଚଳବାସୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ସେହିପରି ଅମ୍ବାଭୋନା ବ୍ଳକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବହୁ ଅଯୋଗ୍ୟ ଲୋକଙ୍କୁ ସାମିଲ କରାଯାଇ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦିଆଯାଇଥିବାର ପୃଥକ ପୃଥକ ଅଭିଯୋଗ ହୋଇଥିଲା। ସବୁ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଅଭିଯୋଗ ମାନଙ୍କ ତର୍ଜମା କରାଯାଇ ପଞ୍ଜିକୃତ କରାଯାଇଥିଲା । ବ୍ଳକର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକେଶ୍ବର ପଟେଲ ସମସ୍ତ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅମ୍ବାଭୋନା ବ୍ଲକ ପରିସରରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *