Spread the love

ହୀରାକୁଦ ବିସ୍ଥାପିତଙ୍କୁ ଅଣଦେଖା


ଭଟଲି,୧୩।୨: ବିଶ୍ୱର ଦୀର୍ଘତମ ମାଟିବନ୍ଧ ହୀରାକୁଦ ଡ୍ୟାମକୁ ୬୬ବର୍ଷ ପୂରିଗଲା ହେଲେ ବିସ୍ଥାପିତ ହୋଇଥିବା ତତ୍କାଳୀନ୨୬୫୦୧ ପରିବାର ବର୍ତ୍ତମାନ ଅଣୁବିଭାଜିତ ହୋଇ ୯୪୦୦୦ ପରିବାରରେ ପରିଣତ ହେଲେଣି । ସେମାନେ ଏବେ ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସୋନପୁର, ରାୟଗଡ, ଓ ସୁରଗୁଜା ଅଞ୍ଚଳରେ ବସବାସ କରନ୍ତି । ବିଳମ୍ବିତ ହେଲେ ସୁଦ୍ଧା ଓଡିଶା ସରକାର ରାଜସ୍ୱ ବିଭାଗ ପତ୍ରସଂଖ୍ୟ।। ୫୫୩୧ ତା. ୩୦.୦୧.୨୦୦୨ ଦ୍ୱାରା ସମସ୍ତ ଜିଲ୍ଲାପାଳ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଲେ ୧୦ଡିସିମିଲ ଲେଖାଏଁ ଘରଡିହ ପ୍ରତି ବିଭାଜିତ ପରିବାରକୁ ପ୍ରଦାନ ନିମନ୍ତେ । କିନ୍ତୁ ପରିତାପର ବିଷୟ ଯେ ୨୦ ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାରୀ ନିର୍ଦେଶନାମାକୁ ଜିଲ୍ଲାପାଳ ଓ ତହସିଲଦାର ମାନେ ପାଳନ କରୁନଥିବା ନେଇ ହିରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଅଭିଯୋଗ କରିଛି । ହିରକୁଦ ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ଲୋକନାଥ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାର ଦାବୀ ନେଇ ଏକ ବିଶାଳ ଶୋଭାଯାତ୍ରାରେ ଭଟଲି ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଯାଇ ପୁଣି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆସି ପହଞ୍ଚିଥିଲେ ଏବଂ ଧାରଣାରେ ବସିଥିଲେ ଓ ଉପଜିଲ୍ଲପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଭଟଲିରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *