Spread the love

ଅସାବଧାନତା ରୁ ନଦୀରେ ପଡି କାଉଡିଆଙ୍କ ମୃତ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେୟୀ ପୀଠ ନିକଟରେ ମହାନଦୀଘାଟରେ ଗୋଡ ଖସିଯାଇ କାଉଡ଼ିଆ ମୃତ୍ଯୁ ହୋଇଥିବା ଜଣା ପଡିଛି । ମୃତକ ଜଣଙ୍କ ବଅଁରପାଳ ଥାନା ଜୁରାଗାଡ଼ିଆ ଗାଁର ଶ୍ରୀକାନ୍ତ ସାହୁଙ୍କ ପୁଅ ସରୋଜ ସାହୁ ବୋଲି । ସୂଚନା ଅନୁଯାୟୀ ଜୁରାଗାଡ଼ିଆ ଗ୍ରାମର ସରୋଜ ନିଜ ସାଙ୍ଗ ସାଥି ମାନଙ୍କ ସହ ରବିବାର ଦିନ ଆଠମଲ୍ଲିକ ସ୍ଥିତ ଦେଉଳଝରି ଉଷ୍ଣପ୍ରସ୍ରବଣ ମନ୍ଦିରକୁ ଭୋଲବମ ରେ ଦର୍ଶନ କରିବାକୁ ଯାଇଥିଲେ। ସୋମବାର ଦିନ ଦର୍ଶନ ସାରି ବିନିକେଇ ମନ୍ଦିର ଦର୍ଶନ କରିଥିଲେ। ସେଠାରେ ପ୍ରସାଦ ଭୋଜି କରି ସାଙ୍ଗସାଥି ମାନଙ୍କ ଖାଦ୍ୟ ସେବନ କରିଥିଲେ। ସରୋଜ ଆଗତୁରା ଉଠି ହାତ ଧୋଇବାକୁ ଘାଟ ଅଞ୍ଚଳକୁ ଯାଇଥିଲେ ଓ ସେଠାରେ ଅସାବଧାନତା କାରଣରୁ ଗୋଡ ଖସି ପାଣି ଗର୍ଭରେ ପଡିଯାଇଥିଲେ। ସେଠାରେ ସ୍ଥାନୀୟ ବାସିନ୍ଦା ଜଣେ ଆସି ଖବର ଦେବା ପରେ ସରୋଜ ପଡିଥିବା ଜାଣି ଖୋଜାଖୋଜି କରିବା ପରେ ସରୋଜ କୁ ଉଦ୍ଧାର କରି ଆଠମଲ୍ଲିକ ସ୍ଵାସ୍ଥ୍ୟକେନ୍ଦ୍ର କୁ ନେଇ ଥିଲେ। ସେଠାରେ ଡ଼ାକ୍ତର ସରୋଜ କୁ ମୃତ୍ଯ ଘୋଷଣା କରି ବ୍ଯବଛେଦ ନିମନ୍ତେ ପଠେଇଦେଇଥିଲେ। ଏହି ଖବର ଶୁଣି ନୂଆହତା ଗ୍ରାମ ପଞ୍ଚାୟତ ରେ ଶୋକର ଛାୟା ଖେଳିଯାଇଛି
ସରୋଜ ଙ୍କ ବାପା ଜଣେ ବଡଦାଣ୍ଡ ପାର୍ଟି ର ମାଲିକ ଥିବାବେଳେ ସରୋଜ ଏକ ରାସନ ଦୋକାନ କରିବା ସହ ବାପାଙ୍କ ଦଣ୍ଡ ପାର୍ଟି ବୁଝାଶୁଝା କରି ଚଳନ୍ତି। ଶ୍ରୀକାନ୍ତ ଙ୍କ ପରିବାର ଗ୍ରାମରେ ଏକ ସ୍ଵଚ୍ଛନିର୍ମଲ ହୃଦୟ ପରିବାର ଥିବାରୁ ତାଙ୍କ ପୁଅର ମୃତ୍ୟୁ ଖବର ଗ୍ରାମବାସୀ ଶୁଣିବା ପରେ ଶୋକାଗ୍ରସ୍ତ ଅଞ୍ଚଳରେ ପାଲଟିଯାଇଛି।

Leave a Reply

Your email address will not be published. Required fields are marked *