Spread the love

ମିଶନ ଶକ୍ତି ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସଚେତନତା ଶିବିର ।

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର କହେଇପୁର ପଞ୍ଚାୟତର କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି : ଏହି ଋଣ ମେଳାରେ ଟାଙ୍ଗୀ ସାଲେପୁର ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ କିପରି ପରିଚୟ ସୃଷ୍ଟି କରି ପାରିଛନ୍ତି ଏହା ର ବ୍ୟାଖ୍ୟା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଯେଉଁ SHG ଋଣ ନେଇ ପୂର୍ବରୁ ସଠିକ ସମୟରେ ଫେରସ୍ତ କରିଥିବେ ସେମାନଂକୁ ୫,୧୦,୨୦ ଲକ୍ଷ ଟଙ୍କା ପ୍ରଯ୍ୟନ୍ତ ଋଣ ନେଇ ବ୍ୟବସାୟ କରି ନିଜ ପରିବାରର ଆର୍ଥିକ ଅବସ୍ଥା ସୁଦୃଢ କରି ପାରିବେ ବୋଲି ଫେଡ ରେସନର ମୁଖ୍ୟ ଅନୁରାଧା ନାୟକ ପ୍ରକାଶ କରିଥିଲେ। ଏଥି ସହିତ ଯେଉଁ SHG ଋଣ କୁ ସଠିକ ସମୟରେ ଫେରସ୍ତ କରିବେ ସେମାନେ ଦେଇଥିବା ସୁଧ ଫେରସ୍ତ ପାଇବାର ସୁଯୋଗ ଅଛି ବୋଲି ଟାଙ୍ଗୀ ବିଡ଼ିଓ ଆଶୁତୋଷ ମିଶ୍ର ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ
ମଧ୍ୟରେ ଅଧ୍ୟକ୍ଷ ରାଜେଶ ରଞ୍ଜନ ଷଢଙ୍ଗୀ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଜେଠୀ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ସାମଲ, ଉପାଧ୍ୟକ୍ଷ ସୁପ୍ରିୟା ଜେଠୀ, ଓଲେମ ସରୋଜିନୀ ମହାନ୍ତି, ଚନ୍ଦ୍ରିକା ମହାପାତ୍ର ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *