Spread the love

ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଛବିରାଜ୍ ବିଶ୍ବାଳ ଙ୍କ ସହିତ ରାଜ୍ୟ କଂଗ୍ରେସ ର ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା ଯୋଗଦାନ କରିଥିଲେ।ବିଜେପି ସରକାର କିଭଳି ଦେଶର ଜନକ ମହାତ୍ମାଗାନ୍ଧୀଙ୍କ ନାମକୁ ମନରେଗା କୁ ହଟାଇ କେବଳ ମହାତ୍ମା ଗାନ୍ଧୀଙ୍କୁ ନୁହେଁ ଭାରତର ପ୍ରତ୍ୟେକ ନାଗରିକ, ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ସମ୍ବିଧାନ କୁ ଅପମାନ କରିଛି ବୋଲି ରାଜ୍ୟ କଂଗ୍ରେସ ଉପସଭାପତି ଶ୍ରୀମତୀ ବେହେରା ପ୍ରକାଶ କରିଥିଲେ।ଜିଲ୍ଲା ସଭାପତି ଶ୍ରମିକ ର ହକ୍ କୁ କିପରି ନୂତନ ଯୋଜନାରୁ ହଟାଇ ଦେଇଛନ୍ତି ଦର୍ଶାଇ ଥିଲେ। ପୁର୍ବରୁ ମନରେଗା ଯୋଜନାରେ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଦଶ ପ୍ରତିଶତ ଅର୍ଥ ଯୋଗାଇବା ସ୍ଥଳେ କେନ୍ଦ୍ର ସରକାର ନବେ ଶତକଳା ଯୋଗାଉଥିଲା।ଏବେ ନୂତନ ଯୋଜନା ରେ ଏହାର ଅନୁପାତ କୁ ରାଜ୍ୟ ପାଇଁ ବଢାଇ ଶ୍ରମିକମାନଙ୍କ ପ୍ରତି ବିଶ୍ୱାସଘାତ୍ କରି ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।ଏହା ବ୍ୟତୀତ ଏବେ ଟାଟା କମ୍ପାନୀ ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ଏକ ପ୍ରକାର ଶୋଷଣ କରି ହନ୍ତସନ୍ତ କରୁଅଛି। ଏପରି ହେଲେ ଲୋକମାନେ ଟାଟା କୁ ବିରୋଧ କରିବେ ଏବଂ ବିରୋଧ ତୀବ୍ରତର ହେଲେ ଟାଟା କମ୍ପାନୀ କୁ ହଟାଇ ମୋଦୀ ନିଜ ସାଙ୍ଗ ଆଦାନୀ କୁ ବିଦ୍ୟୁତ୍ ଯୋଗାଇବା ଦାୟିତ୍ଵ ପ୍ରଦାନ କରିବେ ଯାହାର ଜୁଲୁମ୍ ଆଗାମୀ ଦିନରେ ଟାଟା ଠାରୁ ବି ବଳି ଯିବ ବୋଲି କଂଗ୍ରେସ ର ବରିଷ୍ଠ ସଦସ୍ୟ ପ୍ରେମଶଙ୍କର ମିଶ୍ର କହିଥିଲେ।ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ବରିଷ୍ଠ ନେତା ଡକ୍ଟର ତୁଷାରକାନ୍ତ ନାୟକ,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁନୀଲ ଦାଶ,କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିପ୍ରବର ସାହୁ,ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ନାଏକ, ବରିଷ୍ଠ ସଦସ୍ୟ ନୁରୁଲ୍ ଇସଲାମ୍, ପ୍ରଭୁଦତ୍ତ ଭଟ୍ଟ,ଅଭିନାଶ ପଣ୍ଡା, ପ୍ରିୟବତ ସାସମଲ୍, ସୁଶାନ୍ତ ଧଳ, ଗୋପାଳ ସାହୁ, ନିଶାକର ସାହୁ, ଜିତେନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *