Spread the love

ସରକାରୀ ଉର୍ଚ୍ଚବିଦ୍ୟାଲୟରେ ପି ଏମ ଶ୍ରୀ ଉତ୍ସବ ମହାସମାରୋହରେ ପାଲନ କରାଜାଇଛି

କଲାହାଣ୍ଡି -୧୦/୦୧) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ଉର୍ଚ୍ଚବିଦ୍ୟାଲୟରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପିଏମ ଶ୍ରୀ ଉତ୍ସବ ପାଲନ କରାଯିବାପାଇଁ ସରକାରଙ୍କ ଲୋକାଭିମୁଖୀ ଯୋଜନା କରାଯାଇଛି। ଏହି ବିଦ୍ୟାଳୟ କୁ ପିଏମ ଶ୍ରୀ ଉଚ୍ଚବିଦ୍ୟାଳୟ ନାମିତ ହୋଇଥିବାରୁ ପିଏମ ଶ୍ରୀ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶକ୍ତି ମେହେରଙ୍କ ଅଧ୍ୟକ୍ଷତାରେପାଲନ କରାଯାଇଛି,ଏହି ଉତ୍ସବରେ ମୂଖ୍ୟ ଅତିଥି ପୁର୍ବତନ ତନ୍ତୁବୟନଶିଳ୍ପଓ କର୍ମନିଯୁକ୍ତି ମନ୍ତ୍ରୀ ଶ୍ରୀ ହିମାଂଶୁ ମେହେର, ସମ୍ମାନନୀୟ ଅତିଥି ପୁର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ମନୋଜ ମେହେର,ଚିଚୈଗୁଡା ଉଚ୍ଚବିଦ୍ୟାଳୟ ର ଅବଶର ପ୍ରାପ୍ତ ଶିକ୍ଷକ ଶ୍ରୀ ଜାଦବ ମେହେର, ସୁଧାଂଶୁ ମେହେର,ସୟମ୍ବର ମେହେର, କୁଞ୍ଜବିହାରୀ ପଣ୍ଡା,ସତ୍ୟନାରାୟଣ ମେହେର, ଉପସ୍ଥିତ ରହିଥିବାବେଲେ ବିଦ୍ୟାଳୟର ଶିକ୍ଷକ ସୁଧିର କୁମାର ମେହେର,ନକଟି ଗୁଡା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ, ମଥୁରା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ରହିଥିଲେ। ଏବଂ ଉପସ୍ଥିତ ଅତିଥି ମାନଙ୍କୁ ନୁତନ ନାମକରଣ ପି ଏମ ଶ୍ରୀ ବିଶ୍ଵବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶକ୍ତି ପ୍ରସାଦ ମେହେର ସମ୍ମାନିତ କରିଥିଲେ। ଏବଂ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଜ ଜ୍ଞାନକୋୖଶଳରେ ପ୍ରୋଜେକ୍ଟ ତିଆରି କରିଥିଲେ, ଏବଂ ଖାଇବାପାଇଁ ମଧ୍ୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ମୁଢି ଠାରୁ ଆରମ୍ବକରି ପାନିପୁରି,ଚା,ତିଆରି କରି ଲୋକଙ୍କୁ ଜିବନ ଜିବିକା ର ବଞ୍ଚିବାର ରାହାଦେଖେଇଥିଲେ। ଏହି ପିଏମ ଶ୍ରୀ ଉଚ୍ଚବିଦ୍ୟାଳୟ ହୋଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ଓ ଅଞ୍ଚଲର ଜନସାଧାରଣ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଶକ୍ତି ମେହେରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏବଂ ଶ୍ରୀ ସୁଧିର ମେହେରଙ୍କ ବିଦ୍ୟାଳୟର ବିବରଣି ପୁସ୍ତକ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏବଂ ଶ୍ରୀ ପ୍ରେମଲାଲ ବାଗ ମଞ୍ଚପରିଚାଲନାକରିଥିବାବେଲେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ରମାନେ ଏହି ଉତ୍ସବରେ ସହଯୋଗ କରିଥିଲେ। ଏବଂ ସୁନ୍ଦର ଭାବରେ ପରିଚାଳନା କରିଥିଲେ। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *