Spread the love

ଆପ୍ ର ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣିର ରାଜନୀତି ଆରମ୍ଭ, ଯୋଗଦେଲେ ରାଜ୍ୟ ସଭାପତି

ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଓ କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲାରେ ଅନେକ ଶିଳ୍ପ ସଂସ୍ଥା ବନ୍ଦ ପଡିଥିବାରୁ ବେରୋଜଗାରୀ ବଢିଚାଲିଛି, ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ନଥିବାବେଳେ ଅଲଟ୍ରାସାଉଣ୍ଡ ମେସିନ ଚାଲୁନାହିଁ, ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର ନଥିବା ବେଳେ ପର୍ଯ୍ୟଟନ ଶିଳ୍ପ ନାହିଁ l ଶାସକ ବିଜେଡ଼ି ନିର୍ବାଚିତ ବିଧାୟକ ମାନଙ୍କୁ ଗୋଟିଏ କୋଣରେ ବସାଇଥିବାବେଳେ ଜଣେ ସଚିବଙ୍କୁ ସାରା ଓଡ଼ିଶା ବୁଲାଇ ଜନସାଧାରଣଙ୍କ ଟ୍ୟାକ୍ସ ଲୁଟୁଛି l ଜିଲ୍ଲା ସଭାପତି ପଙ୍କଜ ନାୟକ ଅଧ୍ୟକ୍ଷତା କରି ଜିଲ୍ଲାର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ବୈଠକରେ ପୂରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଭୁବନେଶ୍ୱର ନଗର ନିଗମ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖଙ୍କୁ ଢ଼େଙ୍କାନାଳ ଜିଲ୍ଲା ତରଫରୁ ଉତ୍ତରୀୟ ସହିତ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ସଦର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିକ୍ରମ ରାଉତ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମୁନିସିପାଲିଟି ମହିଳା ସଭାନେତ୍ରୀ ନଳିନୀ ସାହୁ, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ମିଡ଼ିଆ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖଙ୍କୁ ମଧ୍ୟ ଉତ୍ତରୀୟ ସହିତ ସମ୍ମାନିତ କରାଯାଇଥିଲା l ଆଜିର ଏହି ମହତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟମାନେ ଆଗାମୀ ନିର୍ବାଚନରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କୁ ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଆସିଥିଲା l ଅପରାହ୍ନ ୪ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଜିଲ୍ଲା ତଥା ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ତଥ୍ୟ ଦେଇଥିଲେ l ସଦର ନିର୍ବାଚନ ମଣ୍ଡଳୀରୁ ଲଢ଼ିବାପାଇଁ ପଚାରିବାରୁ କର୍ମୀମାନେ ଯାହା ନିଷ୍ପତ୍ତି ନେବେ ତାହାହିଁ ହେବ l ଗଁଦିଆ ବ୍ଲକର ଶ୍ରୀ ସନ୍ତୋଷ ରାଉଳଙ୍କ ସହିତ ଅନେକ ନୂତନ ସାଥି ଆଜି ଦଳରେ ଯୋଗ ଦେଇଥିଲେ l ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ମୁନିସିପାଲିଟି ୱାର୍ଡ ନଂ ୧0ର କେଶବ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *