Spread the love

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

 ଆଜି କେନ୍ଦୁଝର ଜିଲ୍ଲା ପାଇଁ ଭିଡିଓ କନଫେରେନସିଂ ମାଧ୍ୟମରେ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ହଜାର ୫ଶହ ୬୮ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହି ଥିଲେ । ଜିଲ୍ଲାର ୧୩ଟି ବ୍ଲକ ରୁ ସିଧାସଳଖ ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଡିହୋଇ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ଲକ୍ଷାଧିକ କେନ୍ଦୁଝର ବାସୀ । ପ୍ରଥମେ ଘଷିପୁରା ବ୍ଲକରୁ ଜିଲ୍ଲାର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଡିହୋଇ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉଦଘାଟନି କାର୍ଯ୍ୟକ୍ରମ ରେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ, ଘଷିପୁରା ବିଧାୟକ, ପାଟଣା ବିଧାୟକ ଜଗନ୍ନାଥ ନାଏକ,ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ଆନନ୍ଦପୁ ବିଧାୟକ ଭାଗିରଥି ସେଠୀ,କେନ୍ଦୁଝର ସଦର ବ୍ଲକ କାର୍ଯ୍ୟକ୍ରମ ରେ ଜିଲ୍ଳାପରିସଦ ଅଧ୍ୟକ୍ଷା ସାଗରିକା ସାହୁ ତଥା ଅନେକ ଜିଲ୍ଳାପରିସଦ ସଦଷ୍ୟ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ ମାନେ ଯୋଡିହୋଇଥିଲେ ।

 

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜୁ

Leave a Reply

Your email address will not be published. Required fields are marked *