Spread the love

ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଙ୍କ ଗିରଫ ପରେ ଆପ୍ ଅତାବିରା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ପଦଯାତ୍ରା

 

ଅତାବିରା :ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଙ୍କ ଗିରଫ ଓ ଇଡି ଦ୍ୱାରା ନିର୍ଯାତନା କୁ ନେଇ ଆମ ଆଦମୀ ପାର୍ଟି ଅତାବିରା ପକ୍ଷରୁ ପ୍ରତିବାଦ କରାଯଇଛି। ସଞ୍ଜୟ ସିଂ ଙ୍କ ଉପରେ ଫର୍ଜି କେଶ ଲଗାଇ କେନ୍ଦ୍ର ର ମୋଦି ସରକାର ଆକ୍ରୋଶ ମୂଳକ ଭାବେ ସିବିଆଇ ଓ ଇଡି କୁ ଲଗାଇ ଗିରଫ କରି ଥିବାରୁ ଏହାର ପ୍ରତିବାଦ ରେ ଆମ ଆଦମୀ ପାର୍ଟି ରାସ୍ତା କୁ ଓଲ୍ଲାହିଛି। ସ୍ଥାନୀୟ ବସ ଷ୍ଟାଣ୍ଡ ଛକ ଠାରେ ଆପ୍ କାର୍ଯ୍ୟକର୍ତ୍ତା ମାନେ ମୋଦୀ ବିରୋଧୀ ନାରା ଲଗାଇ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରି ଥିଲେ। ଆଗାମୀ ନିର୍ବାଚନ ରେ ବିଜେପି ଶୋଚନୀୟ ଭାବେ ହାରୁ ଥିବା ଭୟ ରେ ଏବେ ବିରୋଧୀ ଦଳ ର ନେତାଙ୍କୁ ଗିରଫ କରୁଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଥିଲେ। ବେରୋଜଗାରୀ ଓ ଦରଦାମ ବୃଦ୍ଧି କୁ ନିୟନ୍ତ୍ରଣ କରିବାରେ ମୋଦୀ ସରକାର ବିଫଳ ହୋଇଛି ବୋଲି ବରିଷ୍ଠ ସଦସ୍ୟ ଯଦୁ ମଣି ପ୍ରଧାନ କହିଥିଲେ। ମୋଦୀ ଓ ନବୀନ ଙ୍କ ଉତ୍ତମ ବୁଝାମଣ। ଥିବାରୁ ଭ୍ରଷ୍ଟ ବିଜୁ ଜନତା ଦଳ କୁ ସିବିଆଇ ରେଡ ହେଉ ନାହିଁ ବୋଲି ଅତାବିରା ନିର୍ବାଚନ ମଣ୍ଡଳୀ ସଂଯୋଜକ ଜୟକ୍ରିଷ୍ଣା ଛୁରିଆ କହିଥିଲେ। ଦେଶର ସମସ୍ତ ରାଷ୍ଟ୍ରୟତ ସଂସ୍ଥା କୁ ମୋଦୀ ବିକ୍ରି କରି ଦେଇ ଥିବା ଅଭିଯୋଗ କରି ଥିଲେ ସୂର୍ଯ୍ୟ ଭୋଇ । ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ବାଗ,ସୁବଳ ପ୍ରଧାନ ,ନରୋତ୍ତମ ପଣ୍ଡା,ଭାରତ ମହାନନ୍ଦ,ମିଲୁ ପଧାନ,ସୁରଜିତ ସାଗର, ପୂର୍ଣ୍ଣ ଚନ୍ଦ୍ର ପେରା, ରାକେଶ ସେଠ,ଶକ୍ତି ଦେହେରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *