Spread the love

ଏକକ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ସଂଗ୍ରାମ ପାଇଁ ଆହ୍ବାନ

ଢେଙ୍କାନାଳ ତା.୦୫/୦୫/୨୦୨୩ରିଖ

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଉଭିଦବିଜ୍ଞାନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଟ ଆନୁକୁଲ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ଅନ୍ତ ଶୀର୍ଷକରେ ଏକ ରାଜ୍ୟସ୍ତରୀୟ ସୋପାନ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଅତିଥିମାନଙ୍କୁ ସ୍ଵାଗତ କରିବା ସଂଗେ ସଂଗେ ମହାବିଦ୍ୟା ଳୟକୁ ଆଜିଠାରୁ ସଂପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରାଗଲା ବୋଲି ଘୋଷଣା କରିଥିଲେ। କାର୍ଯ୍ୟକ୍ରମର ଆବାହକ ଡଃ ଅନିରୁଦ୍ଧ କୁମାର ଖିଲାର ଅତିଥି ପରିଚୟ ଦେଇଥିବା ସ୍ଥଳେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ଦେବାଶିଷ ମହାନ୍ତି ବିଭିନ୍ନ ଶିକ୍ଷା ଓ ସମାଜ ସଚେତନତା ଦିଗରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଭୂମିକା ବିଷୟରେ ଅବଗତ କରାଇଥିଲେ।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ଜନ ସଚେତନତା ବ୍ୟାପକ କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସମ୍ପାଦକ ଡଃ. କେ. ମୁରୁଗେଶନ ପ୍ଲାଷ୍ଟିକର ଭୟାବହତା ଉପରେ ଆଲୋକପାତ କରିଥିଲେ। ଢେଙ୍କାନାଳର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ର ପ୍ଲାଷ୍ଟିକ୍ ପ୍ରଦୂଷଣ ଜନିତ ରୋଗ ବିଷୟରେ
ସଚେତନ କରାଇଥିଲେ।

ଢେଙ୍କାନାଳ ଡି.ଏଫ୍.ଓ. ଶ୍ରୀ ସୁମୀତ କୁମାର କର ଏଭଳି ଜନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସୂର୍ଯ୍ୟଶଙ୍କର ମିଶ୍ର ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ରାସ୍ତା ନିର୍ମାଣ କରାଗଲେ ଏହି ପ୍ରଦୂଷଣକୁ ବହୁଳ ପରିମାଣରେ ରୋକାଯାଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସମ୍ପାଦକ ଡଃ ଦେବରାଜ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଅପରାହ୍ନ ସମାବେଶରେ ପୌରୋହିତ୍ୟ କରିଥିଲେ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ଜୟଦେବ ପାଢୀ । ଏହି ସମାବେଶରେ ମହାବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ବିରଞ୍ଚି ନାରାୟଣ ପାଢୀ, ଅଧ୍ୟାପକ ଡଃ. ବିଶ୍ବଜିତ୍ ମହାପାତ୍ର ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ଡଃ ହରେକୃଷ୍ଣ କର ତାଙ୍କ ବକ୍ତବ୍ୟରେ ଢେଙ୍କାନାଳ ମହାବିଦ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ବାନ ଜଣାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୦୦ରୁ ଉର୍ଦ୍ଧ୍ବ ପ୍ରଫେସର, ପରିବେଶବିତ୍, ବୈଜ୍ଞାନିକ, ବୁଦ୍ଧିଜୀବୀ, ପୁରାତନ ଛାତ୍ର, ସଂଘର କର୍ମକର୍ତ୍ତା, ରୋଟାରୀକ୍ଲବର ଓ ଚାମ୍ବର ଅଫ୍ କମର୍ସର କର୍ମକର୍ତ୍ତା ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କୁମାରୀ ମୀନାକ୍ଷି ଅଗ୍ରଓ୍ବାଲ୍ ଓ ବିଷ୍ଣୁପ୍ରିୟା ବେହେରା ପରିଚାଳନା କରିଥିବା ବେଳେ ଲିଜାରିନ୍ ସେନାପତି, ଅନୀଶା ରଥ, ଉପାସନା ପଣ୍ଡା, ସଙ୍ଗୀତ୍ ନନ୍ଦ, ସୁଶ୍ରୀ ଶୁଭଶ୍ରୀ ରାଉତରାୟ, ସୁଭାଶିଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *