Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋଭିଡ଼-୧୯ ଟିକାକରଣ ସମ୍ପର୍କିତ ସର୍ବଶେଷ ତଥ୍ୟାବଳୀ

ଏପ୍ରିଲ ମାସରେ ବିଜ୍ଞପିତ ଛୁଟିଦିନକୁ ମିଶାଇ ସବୁ ଦିନ ଉଭୟ ସରକାରୀ ଓ ଘରୋଇ କୋଭିଡ଼ ଟିକାକରଣ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ

 

ଜେ ବି ଏନ, ୦୧/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ସାରା ଦେଶରେ କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ସ୍ୱରୂପ ଏପ୍ରିଲ ମାସରେ ବିଜ୍ଞପିତ ଛୁଟିଦିନକୁ ମିଶାଇ ସବୁ ଦିନ (ଆଜି ଦିନକୁ ମିଶାଇ ଏପ୍ରିଲ ୩୦, ୨୦୨୧ ତାରିଖ ପର୍ଯ୍ୟନ୍ତ) ଉଭୟ ସରକାରୀ ଓ ଘରୋଇ କୋଭିଡ଼ ଟିକାକରଣ କେନ୍ଦ୍ର (ସିଭିସି)ରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସରକାରଙ୍କ ନିକଟକୁ ଆଜି ପତ୍ର ଲେଖିଛନ୍ତି ଏବଂ ସେହି ପତ୍ରରେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଉପର ବର୍ଣ୍ଣିତ ସମସ୍ତ ସିଭିସିମାନଙ୍କରେ କୋଭିଡ଼ ଟିକାକରଣ ଜାରି ରଖିବା ନିମନ୍ତେ ଆବଶ୍ୟକ ସକଳ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ ଯଦ୍ୱାରା ମାସସାରା ସବୁ ଦିନ ଯେଉଁଥିରେ କି ଏପ୍ରିଲ ୨୦୨୧ ମାସ ପାଇଁ ବିଜ୍ଞପିତ ଛୁଟିଦିନ ସାମିଲ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିପାରିବ। ମାର୍ଚ୍ଚ ୩୧, ୨୦୨୧ ତାରିଖ ଦିନ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସଂପୃକ୍ତ ଅଧିକାରୀମାନଙ୍କ ସହ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଯଦ୍ୱାରା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସବୁ ସରକାର ଓ ଘରୋଇ କୋଭିଡ଼ ଟିକାଦାନ କେନ୍ଦ୍ରମାନଙ୍କରେ ଟିକାଦାନ କାର୍ଯ୍ୟକ୍ରମ ସାକାର କରାଯାଇପାରିବ । ଏହା ଦ୍ୱାରା କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମ ଓ ବ୍ୟାପ୍ତି ଓ ମାତ୍ରାକୁ ଦ୍ରୁତ ମାତ୍ରା ବୃଦ୍ଧିକୁ ସୁନିଶ୍ଚିତ କରାଯାଇପାରିବ । ଭାରତ ସରକାର କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଙ୍କ ସହ କରିଥିବା ଆଲୋଚନା ପରେ ଏଦିଗରେ ସକାରାତ୍ମକ ବିହିତ ପଦକ୍ଷେପ ପାଇଁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହା କାର୍ଯ୍ୟକାରୀ କରାଯାଉଛି ।

 

କୋଭିଡ଼ ୧୯ ଭୂତାଣୁ ମହାମାରୀ ସାରା ଦେଶରେ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହାକୁ ପ୍ରତିହତ କରିବା ଏବଂ ଏଥିରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନ କରି ସୁରକ୍ଷିତ ରଖିବା ହେଉଛି ଟିକାକରଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ନିୟମିତ ଭାବେ ସମୀକ୍ଷା କରି ଦେଖୁଛନ୍ତି ଏବଂ ସର୍ବୋଚ୍ଚ ସ୍ତରରେ ଏହାକୁ ମନିଟର କରାଯାଉଛି । ୪୫ ବର୍ଷ ଠାରୁ ଉର୍ଦ୍ଧ୍ୱ ଆୟୁ ସୀମାର ସମସ୍ତ ନାଗରିକଙ୍କୁ ଏପ୍ରିଲ ୧, ୨୦୨୧ ତାରିଖ ଠାରୁ କୋଭିଡ଼ ଟିକା ଦେବା ନିମନ୍ତେ ଟିକା ପ୍ରଶାସନ ସଂକ୍ରାନ୍ତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀଙ୍କ ସୁପାରିଶ କ୍ରମେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।