Spread the love

ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପରିତ୍ୟକ୍ତ କୂଅରେ ପଡିଲାହାତୀ, ଉଦ୍ଧାରକଲା ବନବିଭାଗ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜ ଟୁଣଟୁଣା, ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାର ପରିତ୍ୟକ୍ତ କୂଅ ଭିତରକୁ ଖସିପଡ଼ିଥିବା ମାଈହାତୀ ଉଦ୍ଧାର କରିଛି ବନବିଭାଗ । ବନ ବିଭାଗର ଉଦ୍ୟମ ପରେ କୂଅ ଭିତରୁ ହାତୀକୁ ଉଦ୍ଧାର କରାଯାଇଛି । ହାତୀଟି ଉଦ୍ଧାର ହେବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା କେନ୍ଦୁଝର DFO ଧନରାଜ ହନୁମନ୍ତ ସୂଚନା ଦେଇଛନ୍ତି । ହାତୀଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଗତ ରାତିରେ ୨୪ ଟିକିଆ ହାତୀପଲ କାଳିକାପ୍ରାସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ଏହି ୨୪ଟିକିଆ ହାତୀପଲରେ ୯ଟି ଦନ୍ତା, ୬ଟି ମାଈ ଓ ୯ଟି ଛୁଆ ହାତୀ ରହିଥିବା ନେଇ ସୂଚନା । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚା ଦେଇ ଯାଉଥିଲାବେଳେ, ସେମାନଙ୍କ ମଧ୍ୟରୁ ଏକ ବୟସ୍କା ମାଈ ହାତୀ ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ତେବେ ହାତୀପଲ ତା’କୁ ସେହିଭଳି ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ । ଏନେଇ
ବନ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ସକାଳ ୫.୩୦ ରେ ସୂଚନା ପାଇଥିଲେ । ବନପାଳ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ସେଠାରେ ପହଞ୍ଚି JCB ଦ୍ୱାରା କୂରଟିର ଗୋଟିଏ ପାର୍ଶ୍ୱରେ ଖୋଳିବା ପରେ ସକାଳ ୬ଟା ୪୫ ରେ ହାତୀଟିର ସଫଳତାର ସହିତ ଉଦ୍ଧାର କାର୍ଯ କରଯାଇଥିବା ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *