Spread the love

*ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବଡ଼ ସଫଳତା, ସାଧାରଣ ଲୋକମାନେ କାମର ରାଜନୀତିକୁ ଭୋଟ ମଦେଇଛନ୍ତି*

ଢେଙ୍କାନାଳ : ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି l ସାଧାରଣ ଭୋଟର ମାନେ କାମର ରାଜନୀତିକୁ ଭୋଟଦେଇ ଜିତାଇଛନ୍ତି l ବିଶେଷ କରି ଗତ ତିରିଶ ବର୍ଷ ହେଲା ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ଶାସନ କରି ଲୋକମାନଙ୍କୁ ମଡେଲ ଦେଖାଉଥିଲା l ମାତ୍ର ଦଶ ବର୍ଷ ଭିତରେ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଅହେତୁକ କାର୍ଯ୍ୟ, ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି, ମାଗଣା ବିଶୁଦ୍ଧ ଜଳ ଯୋଗାଣ ଏବଂ ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାର ଦେଇ ଏକ ବିଶ୍ଵ ସ୍ତରୀୟ ମଡେଲ ତିଆରି କରିପାରିଛନ୍ତି l ଏହି କାମର ରାଜନୀତିକୁ ଆଗକୁ ନେଇ ମାତ୍ର ଦଶ ବର୍ଷ ଭିତରେ ଆମ୍ ଆଦମୀ ପାର୍ଟିକୁ ରାଷ୍ଟ୍ରୀୟ ଦଳର ମାନ୍ୟତା ପ୍ରାପ୍ତ ପାଇଛି l ସବୁଠୁ ବଡ଼ କଥା ହେଉଛି ବିଜେପି ର ଗଡ଼ ରେ ପଶି ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଗୋପାଳ ଇଟାଲିଆ ୧୭୫୮୧ ଖଣ୍ଡ ଭୋଟ ବ୍ୟବଧାନରେ ପ୍ରଚଣ୍ଡ ବହୁମତରେ ଜିତିଛନ୍ତି l ସେହିପରି ପଞ୍ଜାବର ଲୁଧିଆନା ପଶ୍ଚିମ ଆସନରୁ ସଂଜୀବ ଆରୋଡ଼ା ଦଶ ହଜାରରୁ ଅଧିକାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି l ଏହି ଉପନିର୍ବାଚନରୁ ପରିଲକ୍ଷିତ ହେଉଛି ଯେ ଆଉ ଭାଷଣ, ମଦ, ମାଂସ, ଭୋଜିଭାତ ଓ ଅର୍ଥ ଲାଳସାରେ ଭୋଟର ମାନେ ନିଜ ମତଦାନ କରିବାକୁ ଇଛୁକ ନୁହଁନ୍ତି l ଯେଉଁ ଦଳ ବା ବ୍ୟକ୍ତି ଲୋକମାନଙ୍କର ମୌଳିକ ଅଧିକାର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, କୃଷି ଓ ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇବାରେ ସଫଳ, ସେମାନଙ୍କୁ ଭୋଟ ଦେଇ ଜିତାଇଛନ୍ତି l ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ପରସ୍ପରକୁ ଲଡ଼ୁ ଖୋଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ l ଏକ ପ୍ରେସ ବାର୍ତ୍ତାରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା, ମହିଳା ସଦସ୍ୟା ରଚିତା ନାଏକ, ସଦର ବ୍ଲକ ଉପସଭାପତି ପ୍ରସନ୍ନ ବରାଳ ପୌରାଞ୍ଚଳ ସଭାପତି ଦେବାଶିଷ ନନ୍ଦ ପ୍ରମୁଖ ଉପନିର୍ବାଚନରେ ବିଜୟଲାଭ କରିଥିବା କାମର ରାଜନୀତିକୁ ଜିଲ୍ଲା ତଥା ରାଜ୍ୟବାସୀ ହୃଦୟଙ୍ଗମ କରି ଆମ୍ ଆଦମୀ ପାର୍ଟିକୁ ଆପଣେଇବା ପାଇଁ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *