Spread the love

ଗୋତମରା ଗ୍ରାମରେ ମା ବ୍ରହ୍ମାୟଣୀ ଦେବୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରହ୍ମାୟଣୀ ଦେବୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତେକ ବର୍ଷ ଆଶ୍ୱିନ ମାସ କୁମାର ପୂର୍ଣିମା ରେ ଏହିଭଳି ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା ବ୍ରହ୍ମାୟଣୀ ଙ୍କ ପୂଜାରେ ଗ୍ରାମ ଉତ୍ସବ ମୁଖର ହଉଥିବା ଦେଖିବାକୁ ମିଳେ। ସବୁ ବର୍ଷ ଭଳି ଚଳିତ ବର୍ଷ ପ୍ରଥମେ ଗ୍ରାମ ଦେବୀ ମା ବ୍ରହ୍ମାୟଣୀ ଦେବୀଙ୍କୁ ପୂଜକ ମାନେ ଦିଅ ଘରୁ ବାହାର କରି ଘଣ୍ଟ, ଢ଼ୋଲ ବାଦ, ଡିଜେ ସାଉଣ୍ଡ, ପାଇକ ଖେଳ, ହରିବୋଲ, ହୁଳହୁଳି ଆଦି ଶବ୍ଦରେ ମାଙ୍କୁ ଗ୍ରାମ ପରିକ୍ରମା କରି ପୂଜାମଣ୍ଡପ କୁ ନେଇଥିଲେ। ମଣ୍ଡପରେ ପହଞ୍ଚିବା ପରେ ପୂଜକ ସତ୍ୟବାନ ଅମାନ୍ତ ଓ ସତ୍ୟବାନ ବରାହ ମା ଙ୍କ ନୀତିକାନ୍ତି ଅନୁଯାୟୀ ପୂଜା ଅର୍ଚ୍ଚନା କରିଥିଲେ। ଦୂରଦୂରାନ୍ତରୁ ଆସିଥିବା ଭକ୍ତ ମାନେ ନିଜ ନିଜର ମନୋସ୍କାମନା ପୂରଣ ପାଇଁ ଉପବାସ ରହି ମାଙ୍କ ମଣ୍ଡପ ନିକଟରେ ମହିଳା ମାନେ ଅଧିଆ ପଡ଼ିବା ସହିତ ମାନସିକ ଥିବା ଛୋଟ ଛୁଆଙ୍କର ମୁଣ୍ଡନ କରାଇଥିଲେ। ପୂଜା ଶେଷରେ ମା ଙ୍କ ପାଖରେ ଲାଗୁଥିବା ପ୍ରସାଦ ପାଇ ଉପବାସ ଭଙ୍ଗ କରିଥିଲେ। ମାଙ୍କ ମନ୍ଦିର ଚତୁଃପାର୍ଶ୍ଵ ଯାତ୍ରା ପଡିଆରେ ପୂଜା ଭୋଗ, ମନୋହରୀ, ଚାର୍ଟ, ଗୁପଚୁପ, ଫାଷ୍ଟଫୁଡ, ଆଇସକ୍ରିମ ଭଳି ଅସ୍ଥାୟୀ ଦୋକାନ ମାନ ଖୋଲିଥିଲା।ଗ୍ରାମରେ ମାଙ୍କ ଯାତ୍ରା ଦୁଇଦିନ ଧରି ଚାଲିବା ସହିତ ଆଜି ପ୍ରଥମ ଦିନରେ ମାଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ପୂଜା ଅର୍ଚ୍ଚନା କାର୍ଯ୍ୟ ସମ୍ପାଦନ ହୋଇଥିବା ନେଇ ଗ୍ରାମ ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ଉପ ସଭାପତି କୁମୁଦ ବିହାରୀ ସିଂହ, ସମ୍ପାଦକ ଦୟାନିଧି ବିଶ୍ଵାଳ, ଗ୍ରାମ ସରପଞ୍ଚ ମଣ୍ଟୁ ବରାହ ଓ ଗ୍ରାମର ବରିଷ୍ଠ ସଦସ୍ଯ ଖୁସି ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *