Spread the love

ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

 

ବିଷୟ ____ ଆଳି ବ୍ଳ କ ଅନ୍ତର୍ଗତ ଟୁଙ୍ଗା ପଞାୟତରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଳି ବିଧାୟକ ତଥା ଶକ୍ତି,ଶିଳ୍ପ,ଲଘୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ ଦେବ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଗ୍ରାମ ମୁଣ୍ଡରେ ଥିବା ହନୁମାନ ମନ୍ଦିରରେ ପୁଜା କରିବା ପରେ କର୍ମୀ ମାନଙ୍କ ସହିତ ପଦଯାତ୍ରା ରେ ବାହାରି ଥିଲେ ।ଏଣ୍ଡୋଳ,ଟୁଙ୍ଗା ଓ ବ ଉଳ ଯୋଡ଼ି ଗ୍ରାମ ପରିକ୍ରମା କରିଥିଲେ। ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ବିଜେଡ଼ି ପକ୍ଷରୁ ନିର୍ବାଚନୀ ପ୍ରଚାର ଟୁଙ୍ଗା ପଞାୟତରୁ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ଆଳି ଓ ରାଜକନିକା ବ୍ଳକର ୬୩ ପଞାୟତରେ ପଦଯାତ୍ରା କରାଯାଇ ସରକାରଙ୍କ ବିକାଶର ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ହିଁ ଲକ୍ଷ ।ଏହି ପଦଯାତ୍ରା ରେ ସରପଞ ମଧୁସ୍ମିତା ପୁହାଣ, ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଉପାଧ୍ୟକ୍ଷ ମିନତୀ ବାରିକ, ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ ଓ ବରିଷ୍ଠ ନେତା ଭୀଷ୍ମ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସ୍ୱାଗତିକା ରାଉତ,ବ୍ଳକ ବିଜେଡ଼ି ସଭାପତି ସନାତନ ମିଶ୍ର, ପ୍ରଦ୍ୟୁମ୍ନ ଦାଶ ପୃର୍ବତନ ସମିତି ସଭ୍ୟ ନଟବର ମଲ୍ଲିକ ପ୍ରମୁଖ ଏହି ପଦଯାତ୍ରା ରେ ସାମିଲ୍ ଥିଲେ।

 

ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *