Spread the love

ଗୋଲାମୁଣ୍ଡା,୦୮/୦୧
ସୋମବାର ଦିନ ଗୋଲାମୁଣ୍ଡା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଅତିରିକ୍ତ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରବାନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଲାମୁଣ୍ଡା ବ୍ଲକର ବ୍ଲକ ବିଡ଼ିଓ ଅକ୍ଷମିତା କାର୍ତ୍ତିକ,ତହସିଲଦାର ଅଶୋକ ପଟ୍ଟନାୟକ ସହ ବ୍ଲକର ସମସ୍ତ ଅଧିକାରୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୬୪ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୮ଟି ଆବାସ ଘର ସମସ୍ୟା ଅଭିଯୋଗ, ୧୧ଟି ପିଡ଼ିଏସ ଚାଉଳ ସମସ୍ୟା,୦୨ଟି ଭତ୍ତା ସମସ୍ୟା,୪୩ଟି ଅନ୍ୟାନ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଏହି ଶିବିରରେ ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଙ୍ଘର ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଗୋଳାମୁଣ୍ଡା ବିଡିଓଙ୍କ ଅଣଦେଖା ଓ ବିଭିନ୍ନ ସମସ୍ୟା ଉପରେ ବିଡ଼ିଓଙ୍କୁ ଫୋନ କଲେ ଫୋନ ଉଠାଉ ନ ଥିବା ନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ କୁ ଭିତ୍ତି କରି ଜିଲ୍ଲାପାଳ ପି ଅନ୍ୱେଷା ରେଡି ଗୋଳାମୁଣ୍ଡା ବିଡିଓଙ୍କୁ ଫୋନ ଉଠାଇବାକୁ ନିର୍ଦେଶ ଦେଇଥିଲେ । ଅଭିଯୋଗ ପତ୍ର ଦାଖଲ ସମୟରେ ସଙ୍ଘ ସଭାପତି ରାମ କୁମାର ସେନାପତି, ସମ୍ପାଦକ ଈଶ୍ୱର ପୁଟେଲ,ଉପ ସଭାପତି ଲବଜି ପୁଟେଲ,ସଭ୍ୟ ପ୍ରିୟକୃଷ୍ଣ ପଟେଲ, ସୁରେନ୍ଦ୍ର ଭୋଇ,ମହେନ୍ଦ୍ର ଦାସ କପୁରଚନ ସେଠିଆ ଓ ପୂର୍ଣ୍ଣ ଚନ୍ଦ୍ର ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *