Spread the love

ଗୋଳାମୁଣ୍ଡା ତା ୧୦/୦୧ /୨୩/ଦୈନିକ,
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଠାରେ ୧୯ ସି ଆର ପି ଏଫ ବାଟାଲିୟନ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନୋଜ କୁମାର କମଣ୍ଡେଣ୍ଡ ୧୯ ବାଟାଲିୟନ, ଶ୍ରୀଯୁକ୍ତ ସଞ୍ଜୟ ରଜକ କମଣ୍ଡେଣ୍ଡ ୬୪ ବାଟାଲିୟନ, ଅମୃତା ବଛା କେଗାଁ ପଞ୍ଚାୟତ ସରପଞ୍ଚ, ଶ୍ରୀ ଖୁସିରାମ ସୁନା ଡାକ୍ତର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଚପ୍ରିଆ,ଶ୍ରୀ ମେଘରାୟ ହାସଦା ଏସ୍ ଆଇ କେଗାଁ ଥାନା,ଶ୍ରୀ ଦୁର୍ବାଦଲ ଭୋଇ ହିନ୍ଦୀ ଶିକ୍ଷକ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କେଗାଁ,ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ ସାନଚେରଗାଁ କଲେଜ ଅଧ୍ୟକ୍ଷ ,ଶ୍ରୀଯୁକ୍ତ ଅଗସ୍ତି ସୁନାନୀ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କେଗାଁ,ସାନଚେରଗାଁ,ବରାମୁଣ୍ଡ, ନୂଆଗାଁ,ସିନାପାଲିରୁ ବୃଦ୍ଧବୃଦ୍ଧା,ବିକଳାଙ୍ଗ, ଗରିବ ଶ୍ରେଣୀର ଲୋକମାନେ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଆସିଥିବା ଦର୍ଶକଙ୍କ ମନରଞ୍ଜନ ପାଇଁ ସାନଚେରଗାଁ କଲେଜ ଛାତ୍ରଛାତ୍ରୀ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ଏହି କାର୍ଯ୍ୟକ୍ରମରେ ଡାକ୍ତର ଖୁସିରାମ ସୁନା ଗରିବ ନିରୀହ ବୃଦ୍ଧବୃଦ୍ଧା, ବିକଳାଙ୍ଗ,ଓ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ ପରେ ୧୯ ବାଟାଲିୟନ ପକ୍ଷରୁ ମାଗଣା ଔଷଧ ଦିଆଯଇଥିଲା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବୃଦ୍ଧବୃଦ୍ଧାମାନଙ୍କୁ ଉପସ୍ଥିତ ମୁଖ୍ୟ ଅତିଥୀଙ୍କ କରକମଲରେ ମାଗଣା କମଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୯ବାଟାଲିୟନ ସି ଆର ପି ଏଫ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଧର୍ମଗଡ଼ ଉପଖଣ୍ଡ ପ୍ର ତିନିଧି କପୁରଚନ ସେଠିଆଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *