Spread the love

( ଚନ୍ଦନ ଯାତ୍ରା ମହୋତ୍ସବ ରେ ଜ୍ଞାନୀ ଗୁଣି, ଵିଦ୍ଵାନମାନଙ୍କୁ ସମ୍ବର୍ଦ୍ଧିତ କରି ଚର୍ଚ୍ଚା ରେ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ )
ଜଗତସିଂହପୁର
ତା =11/5/23
ଜଗତସିଂହପୁର ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳବଳଦେବଜୀଉ ଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ମଠଦାଣ୍ଡ ଠାରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ପ୍ରବଚନ, ସମ୍ବର୍ଦ୍ଧନା ଉଛବ, ଓ ଆମେ ଦେଖାଇବୁ ଆମ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ମାଳିକା ପ୍ରବଚକ ପଣ୍ଡିତ ପ୍ରମୋଦ କୁମାର ପୃଷ୍ଟି | ନୀତିବାଣୀ ପ୍ରବଚକ ପଣ୍ଡିତ ଜିତୁ ଦାଶ ଦ୍ଵାରା ଦୈନଦିନ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆମେ ଦେଖାଇବୁ ଆମ ପ୍ରତିଭା କାର୍ଯ୍ୟକ୍ରମ ରେ ଅନେକ ସାଂସ୍କୃତିକ ଦଳ ନୁର୍ତ୍ୟ ପରିବେଷଣ କରିଥିଲେ |ହଜାର ହଜାର ଦର୍ଶକ ଏହାକୁ ମନଭରି ଉପଭୋଗ କରୁଥିବା ବେଳେ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ ହୋଇଥିଲା | ଚାରିଟେବୁଲ ଟ୍ରଷ୍ଟ ସଭାପତି ସମାଜସେବୀ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରଦୀପ ପ୍ରଯ୍ୟଳନ କରି ସମ୍ବର୍ଦ୍ଧନା ଉଛବ ଙ୍କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିକିତ୍ସକଦେବାଶିଷ ରାଉତ | ଜ଼ିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ କର୍ତ୍ତବ୍ୟରତ ସାମ୍ବାଦିକ, ଅବସରପ୍ରାପ୍ତ ଶିକ୍ଷକ, ସମାଜସେବୀ, ଡାକ୍ତର, ଜ୍ୟୋତ୍ରିବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *