Spread the love

ଚୋରୀରେ ସଂପୃକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ବଡବିଲ ପୋଲିସ।

କେନ୍ଦୁଝର ଜିଲ୍ଲା ବଡ଼ବିଲ ,ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମୋଟର ପାର୍ଟ୍ସ ଚୋରି ଜିନିଷ ଉଦ୍ଧାର ସହ ଦୁଇ ନାବାଳକ ସମେତ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ, ଗିରଫ ଆସାମୀ ମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ବରକତ ନଗର ର ଏମ ଡି ନିୟକତ ଅଲି, ବୟସ 44, ବାଘିଆବୁରୁ ହଟିଙ୍ଗ ର ଓ଼ମ ମହାକୁଡ଼ ଓରଫ କାଳିଆ,ବୟସ 20,ଏନ ଏସ ସି ହଟିଙ୍ଗ ର ରିଷି ତରୁଆ ବୟସ 19ଏବଂ ଅନ୍ୟ ଦୁଇ ଜଣ ନାବାଳକ ଏଥିରେ ସାମିଲ ଥିବା ଜଣା ପଡିଛି ,ସୂଚନା ଅନୁଯାୟୀ ଗତ ଦୁଇ ତାରିଖ ରେ ବଡ଼ବିଲ କରୋ ହୋଟେଲ ନିକଟରେ ଥିବା ରବିଶଙ୍କର ନିଗମ ଙ୍କ ସ୍ପେୟାର ପାର୍ଟ୍ସ ଦୋକାନ ରୁ ସ୍ପେୟାର ପାର୍ଟ୍ସ ଚୋରି ହୋଇଥିବାର ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦୋକାନ ମାଲିକ, ବଡ଼ବିଲ ପୋଲିସ ଘଟଣା ର ତଦନ୍ତ କରି ଆଜି ଉକ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ଚୋରୀ ହୋଇଥିବା ସ୍ପେୟାର ପାର୍ଟ୍ସ ଉଦ୍ଧାର କରିବା ସହ ଚୋରୀ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବଡବିଲ ପୋଲିସ୍ l

କେନ୍ଦୁଝର ବଡବିଲ ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Leave a Reply

Your email address will not be published. Required fields are marked *