Spread the love

ଲଘୁଚାପ ଜନିତ ବର୍ଷା ରେ ମଧ୍ୟମ ଧରଣର ବନ୍ୟା କୁ ନେଇ ଚିଖିଲି ଗ୍ରାମ ବାସୀ ଦ୍ବନ୍ଦ ରେ ମହାନଦୀ ର ଜଳସ୍ତର ବଢ଼ି ବାରେ ଲାଗିଛି

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି ଗ୍ରାମ ରେ ମହାନଦୀର ଜଳ ସ୍ତର ବଢ଼ିବା ନେଇ ଦ୍ବନ୍ଦ ରେ ରହିଛନ୍ତି ଚିଖିଲି ଗ୍ରାମ ବାସୀ। ସେମାନଙ୍କର କିଛି ଚାଷ ଜମି ବର୍ତ୍ତମାନ ବୁଡ଼ି କି ରହିଛି। ପଛୁଆ ପାଣିର ପ୍ରବେଶ କୁ ନେଇ ଗ୍ରାମ ବାସୀ ଅନୁମାନ କରି କହିଛନ୍ତି ଧିରେ ଧିରେ ମହାନଦୀର ଜଳ ସ୍ତର ବଢ଼ିବାକୁ ଲାଗିଛି। ବର୍ଷା ମଧ୍ଯ ଛାଡ଼ୁ ନାହିଁ। ଯଦି ଲଗାତାର ବର୍ଷା ଲାଗି ରହେ କିମ୍ବା ପଛୁଆ ପାଣିର ପ୍ରବେଶ ବଢ଼ି ଚାଲେ ତାହେଲେ ଚିଖିଲି ତଥା ନଦୀ କୂଳିଆ ଗ୍ରାମ ମାନଙ୍କ ଚାଷ ଜମି ନଷ୍ଟ ହେବାର ସମ୍ଭାବନା ରହିଛି। ଏବଂ ବନ୍ଯା ଆଶ୍ରୟ ସ୍ଥଳ ର ସାହାଯ୍ୟ ନେବା ପାଇଁ ପଡ଼ିପାରେ। ହୀରାକୁଦ ବନ୍ଧ ରୁ ଯଦି ଜଳ ନିଷ୍କାସନ ରେ ବିଳମ୍ବ ହେଲେ ମଧ୍ୟ ବନ୍ଯାଜଳ ବଢ଼ି ବିଭିନ୍ନ ଗ୍ରାମବାସୀ ତଥା ଚିଖିଲି ଗ୍ରାମ ର ବାସିନ୍ଦା ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି।ଇତି ମଧ୍ଯ ରେ ହିରାକୁଦ ବନ୍ଧ ର ୧୦ ଟି ଗେଟ୍ ଖୋଲା ଯିବାର ସୁଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ତହସିଲଦାର ମଧ୍ଯ ଅନୁଧ୍ୟାନ କରୁଥିବା ନେଇ ସୁଚନା ରହିଛି। ଏହା ଏକ ମଧ୍ଯମ ଧରଣର ବନ୍ୟା ହୋଇ ସାରିଲାଣି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବା କୁ ମିଳିଛି,।
ବରଗଡ଼ ଜିଲ୍ଲା ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *